ଏଲଜେପି ସାଂସଦ ପ୍ରିନ୍ସ ରାଜଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ତିନିମାସ ପୂର୍ବେ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ବିହାରର ସମସ୍ତିପୁରର ଏଲଜେପି ସାଂସଦ ପ୍ରିନ୍ସ ରାଜଙ୍କ ବିରୋଧରେ ଦିଲ୍ଲୀ କନୌଟ୍ ପ୍ଲେସ ପୋଲିସ ବଳାତ୍କାର ମାମଲା ରୁଜୁ କରିଛି। ଏଫ୍ଆଇଆର୍ ରେ ଏଲଜେପି ନେତା ଚିରାଗ ପାସୱାନଙ୍କ ନାମ ମଧ୍ୟ ରହିଛି, ଯିଏ ତାଙ୍କ ସମ୍ପର୍କୀୟ ପ୍ରିନ୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ କରିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି।

ଦିଲ୍ଲୀର ଏକ କୋର୍ଟର ନିର୍ଦ୍ଦେଶ ପରେ ପୋଲିସ ସେପ୍ଟେମ୍ବର ୯ରେ ଏହି ମାମଲାରେ ଏକ ଏଫଆଇଆର୍ ରୁଜୁ କରିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଜୁନ୍ ରେ ଚିରାଗଙ୍କ ନେତୃତ୍ୱ ବିରୋଧରେ ଦଳରେ ବିଦ୍ରୋହ କରିଥିବା ପାଞ୍ଚ ଜଣ ଏଲଜେପି ସାଂସଦଙ୍କ ମଧ୍ୟରୁ ପ୍ରିନ୍ସ ଅନ୍ୟତମ। ଏହାପୂର୍ବରୁ ଫେବୃଆରୀ ୧୦ରେ ପ୍ରିନ୍ସ ଉକ୍ତ ମହିଳାଙ୍କ ବିରୋଧରେ ଟଙ୍କା ଦାବି କରୁଥିବା ଅଭିଯୋଗ କରିଥିଲେ। ସେ କହିଥିଲେ, ‘ମୁଁ ଜାଣିବାକୁ ପାଇଲି ଯେ ଜଣେ ମହିଳା ମୋ ବିରୋଧରେ କିଛି ଅଭିଯୋଗ କରିଛନ୍ତି। ଆମେ ଫେବୃଆରୀ ୧୦ରେ ନିଜେ ଏନେଇ ଅଭିଯୋଗ ଦାଖଲ କରିଥିଲୁ ଏବଂ ସମସ୍ତ ପ୍ରମାଣ ପୋଲିସ ନିକଟରେ ଉପସ୍ଥାପନ କରିଥିଲୁ । ମହିଳା ଜଣକ ତାଙ୍କୁ ବ୍ଲାକମେଲିଂ କରୁଥିବା କହିବା ସହ ବଳାତ୍କାର ଅଭିଯୋଗକୁ ଖଣ୍ଡନ କରିଥିଲେ ।
ପ୍ରିନ୍ସ ରାଜ ହେଉଛନ୍ତି ସ୍ବର୍ଗତ ରାମ ବିଳାସ ପାସୱାନଙ୍କ ସାନଭାଇ ରାମଚନ୍ଦ୍ର ପାସୱାନଙ୍କ ପୁଅ। ରାମଚନ୍ଦ୍ର ପାସୱାନଙ୍କ ମୃତ୍ୟୁ ପରେ ସେ ସାଂସଦ ହୋଇଥିଲେ।

Comments are closed.