ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ନିର୍ବାଚନ ଆଇନ (ସଂଶୋଧନ) ବିଲ୍ ଲୋକସଭାରେ ପାରିତ, ଭୋଟର ତାଲିକାକୁ ଆଧାର ସହ ଯୋଡ଼ିବା ପାଇଁ ରହିଛି ପ୍ରସ୍ତାବ

ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ନିର୍ବାଚନ ଆଇନ (ସଂଶୋଧନ) ବିଲ୍, ୨୦୨୧ ଲୋକସଭାରେ ପାରିତ ହୋଇଛି । ଏହି ବିଲରେ ଭୋଟର କାର୍ଡକୁ ଆଧାର କାର୍ଡ ସହିତ ଯୋଡିବା ପାଇଁ ପ୍ରସ୍ତାବ ରହିଛି। ଏହାପୂର୍ବରୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଏଆଇଏମଆଇଏମ, ଆରଏସପି, ବିଏସପି ଭଳି ଦଳ ଏହି ବିଲ୍ କୁ ବିରୋଧ କରିଥିଲେ। ଏହି ବିଲକୁ ସଂସଦର ସ୍ଥାୟୀ କମିଟି ନିକଟକୁ ପଠାଇବାକୁ କଂଗ୍ରେସ ଦାବି କରିଛି।

ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ଲୋକସଭାରେ ନିର୍ବାଚନ ଆଇନ (ସଂଶୋଧନ) ବିଲ୍,୨୦୨୧ ଆଗତ କରିଥିଲେ। ଏହା ମାଧ୍ୟମରେ ଲୋକ ପ୍ରତିନିଧୀ ଆଇନ, ୧୯୫୦ ଏବଂ ଲୋକ ପ୍ରତିନିଧୀ ଆଇନ, ୧୯୫୧ର ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି। ବିରୋଧୀ ଦଳର ସଦସ୍ୟଙ୍କ ଆଶଙ୍କାକୁ ଭିତ୍ତିହୀନ ବୋଲି କହି ରିଜିଜୁ କହିଛନ୍ତି ଯେ ଏହାକୁ ବିରୋଧ କରିବା ପାଇଁ ସଦସ୍ୟମାନେ ଯେଉଁ ଯୁକ୍ତି ଦର୍ଶାଇଛନ୍ତି ତାହା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଭୁଲ ଭାବେ ଉପସ୍ଥାପନ କରିବାର ପ୍ରୟାସ ମାତ୍ର। ସର୍ବୋଚ୍ଚ ଅଦାଲତର ନିଷ୍ପତ୍ତି ପ୍ରକାରେ ଏହି ବିଲ୍ ଚିଠା ପ୍ରସ୍ତୁତ କରାଯାଇଛି ।

ଏହି ବିଲ୍ ପ୍ରଣୟନକୁ ବିରୋଧ କରି ଲୋକସଭାରେ କଂଗ୍ରେସର ନେତା ଆଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ଏହା ପୁଟୁସ୍ୱାମୀ ବନାମ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧ ଅଟେ। କଂଗ୍ରେସ ନେତା କହିଛନ୍ତି ଯେ ଆମର ଡାଟା ସୁରକ୍ଷା ଆଇନ ନାହିଁ ଏବଂ ଅତୀତରେ ଡାଟା ଅପବ୍ୟବହାର କରାଯିବା ମାମଲା ବି ସାମ୍ନାକୁ ଆସିଛି।

ସେହିପରି ତୃଣମୂଳ କଂଗ୍ରେସର ସୌଗତ ରୟ କହିଛନ୍ତି ଯେ ଏହି ବିଲରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉଲ୍ଲଂଘନ କରାଯାଇଛି ଏବଂ ଏହା ମୌଳିକ ଅଧିକାରର ପରିପନ୍ଥୀ। ସେଥିପାଇଁ ଆମେ ଏହାର ଉପସ୍ଥାପନକୁ ବିରୋଧ କରୁଛୁ |

ଏଆଇଏମ୍ଆଇଏମ ର ଆସାଦୁଦ୍ଦିନ ଓଓ୍ବେସି କହିଛନ୍ତି ଯେ ଏହା ସମ୍ବିଧାନ ଦ୍ବାରା ପ୍ରଦତ୍ତ ମୌଳିକ ଅଧିକାର ଏବଂ
ଗୋପନୀୟତାର ଅଧିକାରର ଉଲ୍ଲଂଘନ କରୁଛି। ଏହି ବିଲ୍ ଗୁପ୍ତ ମତଦାନ ବ୍ୟବସ୍ଥାକୁ ମଧ୍ୟ ବିରୋଧ କରୁଛି। ସେଥିପାଇଁ ଆମେ ଏହାକୁ ବିରୋଧ କରୁଛୁ ବୋଲି |

Comments are closed.