ଶ୍ରୀମନ୍ଦିରକୁ ଭକ୍ତଙ୍କ ଦାନ : ମାଗଣା ମହାପ୍ରସାଦ ବଂଟନ ପାଇଁ ୨୦ ଲକ୍ଷ ଓ ଶ୍ରୀଜିଉଙ୍କ ବ୍ୟବହାର ପାଇଁ ୩ଟି ରୂପାଥାଳି

ପୁରୀ – ମହାପ୍ରସାଦ ମାଗଣାରେ ବଂଟନ କରିବା ପାଇଁ ଜଣେ ଭକ୍ତ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ବାଲେଶ୍ୱର ଖଇରାର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ଦାସ ୨୦ ଲକ୍ଷ ଟଙ୍କାର ଚେକ୍ ଉନ୍ନୟନ ପ୍ରଶାସକଙ୍କୁ ପ୍ରଦାନ କରିଛନ୍ତି । ୧୦ ଲକ୍ଷ ଟଙ୍କାର ଦୁଇଟି ଚେକ୍ ଉନ୍ନୟନ ପ୍ରଶାସକଙ୍କୁ ଦେଇଛନ୍ତି ରବୀନ୍ଦ୍ର ଦାସ । ଟଙ୍କାକୁ ବ୍ୟାଙ୍କରେ ଜମା କରି ସୁଧ ଅର୍ଥରେ ମାଗଣା ମହାପ୍ରସାଦ ବଂଟାଯିବ ।

ଏଣେ ଶ୍ରୀଜିଉଙ୍କ ବ୍ୟବହାର ଉଦ୍ଦେଶ୍ୟରେ ଶିବରାମ ପାଢୀ ନାମ ଜଣେ ଭକ୍ତ ୩ଟି ରୂପାଥାଳି ଦାନ କରିଛନ୍ତି । ୪ କିଲୋ ୬୬୫ ଗ୍ରାମର ତିନି ରୂପାଥାଳିର ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ ଲକ୍ଷ ଟଙ୍କା ହେବ ।

Comments are closed.