ଦେଶମୁଖଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କଲା ଇଡି

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଅଡ଼ଆ ବଢିବାରେ ଲାଗିଛି। ବଟି ଆଦାୟ ମାମଲାରେ ଅନିଲ ଦେଶମୁଖଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି। ଜବେ ଦେଶମୁଖ ଦେଶ ଛାଡି ଯାଇପାରିବେ ନାହିଁ। ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିବା ବେଳେ ଦେଶମୁଖ ବ୍ୟବସାୟୀଙ୍କ ଠାରୁ ୧୦୦ କୋଟିରୁ ଅଧିକ ଟଙ୍କା ଚାନ୍ଦା ସଂଗ୍ରହ କରିଥିଲେ ବୋଲି ଅଭିଯୋଗ ହୋଇଛି।

ମନି ଲଣ୍ଡ୍ରିଂ ମାମଲାରେ ହାଜର ହେବାକୁ ଅନୀଲ ଦେଶମୁଖଙ୍କୁ ଇଡି ପାଞ୍ଚୋଟି ନୋଟିସ ଜାରି କରିସାରିଛି। କିନ୍ତୁ ସବୁ ଥର ବିଭିନ୍ନ ବାହାନା ଦେଖାଇ ଦେଶମୁଖ ଇଡି ନୋଟିସକୁ ଏଡ଼ାଇ ଆସିଛନ୍ତି।

ଦେଶମୁଖ ପ୍ରଥମେ କହିଥିଲେ ଯେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଏବଂ କରୋନା କାଳ ଚାଲିଛି। ତା’ପରେ ସେ କହିଥିଲେ ଯେ ସେ ଅନଲାଇନ୍ ଜରିଆରେ ଇଡି ଜେରାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି। ଏହା ପରେ କୁହାଯାଇଥିଲା ଯେ ମାମଲା ସହ ଜଡିତ ସମସ୍ତ ଡକ୍ୟୁମେଣ୍ଟ ତାଙ୍କୁ ମିଳି ନାହିଁ। ପାଞ୍ଚ ଥର ନୋଟିସ୍ ର ଉତ୍ତରରେ ଦେଶମୁଖ ବିଭିନ୍ନ ଯୁକ୍ତି ଦର୍ଶାଇ ଇଡି ଆଗରେ ହାଜର ହୋଇନଥଲେ ।

ଇଡି ନୋଟିସ୍ ବିରୋଧରେ ଦେଶମୁଖ ସୁପ୍ରିମକୋର୍ଟର ଦ୍ବାରସ୍ଥ ବି ହୋଇଥିଲେ କିନ୍ତୁ ସେଠାରୁ ମଧ୍ୟ ତାଙ୍କୁ କୌଣସି ଆଶ୍ବସ୍ତି ମିଳିନଥିଲା।
ଦେଶମୁଖ ଗିରଫ ହେବା ଭୟରେ ଦେଶ ଛାଡି ପଳେଇବା ସମ୍ଭାବନା ଥିବାରୁ ଇଡି ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଏଭଳି ସ୍ଥିତିରେ ଯଦି ଦେଶମୁଖ କୌଣସି ବିମାନବନ୍ଦରକୁ ଯାଆନ୍ତି, ତେବେ ବିମାନବନ୍ଦର ସୁରକ୍ଷା କର୍ତ୍ତୃପକ୍ଷ ତୁରନ୍ତ ଇଡିକୁ ଜଣାଇବେ।

Comments are closed.