ରାଜ୍ୟରେ ତ୍ୱରାନ୍ୱିତ ହୋଇଛି କୋଭିଡ ଟିକାକରଣ, ଏ ଯାଏ ଦିଆସରିଛି ୨ କୋଟି ୩୬ ଲକ୍ଷ ଡୋଜ୍‌

ଭୁବନେଶ୍ୱର –ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୩୬ ଲକ୍ଷ କୋଭିଡ ଟିକା ଡୋଜ୍ ଦିଆସରିଛି । ୧ କୋଟି ୭୮ ଲକ୍ଷ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୫୮ ଲକ୍ଷ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ଏ ଯାଏ ୧ ଲକ୍ଷ ୧୪ ହଜାର ଗର୍ଭବତୀଙ୍କୁ ଟିକା ଦିଆଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେମାନଙ୍କଠାରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଲକ୍ଷ୍ୟ କରାଯାଇନାହିଁ । ସେ କହିଛନ୍ତି ଯେ, ଏ ଯାଏଁ ଓଡିଶାରେ ନକଲି ଟିକା ଦୃଷ୍ଟିକୁ ଆସିନାହିଁ । କିଛି ଟିକା କେନ୍ଦ୍ରରେ ଗହଳି ନିୟନ୍ତ୍ରଣ କରିବାକୁ ଟୋକନ ବ୍ୟବସ୍ଥା ହୋଇଛି । ହେଲେ ଏହି ବ୍ୟବସ୍ଥା କରାଗଲା ପରେ ବି ଗହଳି ହେଉଛି ।
ଭୁବନେଶ୍ୱରରେ ଟିକାକରଣ ବାବଦରେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଯେ, ୧୭ ଲକ୍ଷ ଡୋଜ୍ ଟାର୍ଗେଟ ଥିଲେ ମଧ୍ୟ ବାହାର ଲୋକ ଆସିବାରୁ ରାଜଧାନୀରେ ୨୨ ଲକ୍ଷ ଟିକାକରଣ ହୋଇଛି । ଏବେ ବି କିଛି ବାକି ରହିଛି ବୋଲି ସେ ସୂଚନା ଦେଇଛନ୍ତି । ହେଲେ ଭୁବନେଶ୍ୱରର ଟିକାକରଣ ଟାର୍ଗେଟ ହାସଲ କରାଯାଇଛି ।

Comments are closed.