ବିଜେପି ନେତା ମନପ୍ରୀତ ବାଦଲଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର୍ (ଏଲ୍ଓସି) ଜାରି କରାଯାଇଛି । ବଠିଣ୍ଡାରେ ସମ୍ପତ୍ତି କିଣାରେ ଅନିୟମିତତା ଅଭିଯୋଗରେ ବାଦଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପଞ୍ଜାବ ଭିଜିଲାନ୍ସ ବ୍ୟୁରୋର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ଟିମ୍ ମୁକତର ସ୍ଥିତ ବାଦଲଙ୍କ ବାସଭବନରେ ଚଢ଼ାଉ ବି କରିଥିଲା । ପରେ ତାଙ୍କୁ ଗିରଫ କରିବା ପାଇଁ ସୋମବାର ତାଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ଜାରି କରାଯାଇଥିଲା। ବାଦଲ କଂଗ୍ରେସ ଛାଡି ଜାନୁଆରୀରେ ବିଜେପିରେ ଯୋଗ ଦେଇଥିଲେ।

ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ବଠିଣ୍ଡା ଠାରେ ସମ୍ପତ୍ତି କିଣାରେ ଅନିୟମିତତା ପାଇଁ ବାଦଲ ଏବଂ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

Comments are closed.