ଗ୍ରାହକଙ୍କୁ ଏଲପିିଜି ସିଲିଣ୍ଡର ବିତରଣ କରୁଛନ୍ତି ରଂଗେଇଲୁଣ୍ଡା ବ୍ଲକର ମହିଳା ଏସଏଚଜି ସଦସ୍ୟ, ଏ ବର୍ଷ ଡିଲରସିପ୍‌ରୁ ୫୦ ଲକ୍ଷ ଟଙ୍କାର ଅଧିକ କାରବାର

ବ୍ରହ୍ମପୁର – ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏଲପିଜି ସିଲିଣ୍ଡର ବଂଟନ କ୍ଷେତ୍ରକୁ ଓହ୍ଲାଇଛନ୍ତି । ରିଟେଲ୍ ଏଜେଂଟ୍ ଓ ସେବା ପ୍ରଦାନକାରୀ ଭାବେ ଏସଏଚଜି ସଦସ୍ୟମାନେ ଏହି କ୍ଷେତ୍ରରେ ପ୍ରବେଶ କରିଛନ୍ତି ।

ଗଂଜାମ ଜିଲ୍ଲା ରଂଗେଇଲୁଣ୍ଡା ବ୍ଲକର ମାଆ ମଙ୍ଗଳା ଏସଏଚଜି ସଦସ୍ୟମାନେ ୧୧ଟି ଗ୍ରାମପଂଚାୟତର ୪ ହଜାର ଗ୍ରାହକଙ୍କୁ ଏଲପିଜି ସିଲିଣ୍ଡର ବିତରଣରେ ସଂପୃକ୍ତ ଅଛନ୍ତି । ପ୍ରତିଦିନ ପାଳି କରି ମାଆ ମଙ୍ଗଳା ଏସଏଚଜିର ତିନି ଜଣ ସଦସ୍ୟ ଗ୍ରାହକମାନଙ୍କୁ ଏଲପିଜି ସିଲିଣ୍ଡର ବିତରଣର ତଦାରଖ କରୁଛନ୍ତି । ଲକ୍‌ଡାଉନ ସମୟରେ ବି ସେମାନେ ଗ୍ରାହକମାନଙ୍କୁ ରୋଷେଇ ଗ୍ୟାସ ବିତରଣ କରିବା ଜାରି ରଖିଥିଲେ । ଏ ବର୍ଷ ଏହି ଏସଏଚଜିର ଏଲପିଜି ଡିଲରସିପ୍‌ରୁ ୫୦ ଲକ୍ଷ ଟଂକାରୁ ଅଧିକ କାରବାର ହୋଇଛି ।

Comments are closed.