ଏଲପିଜି ସିଲିଣ୍ଡର ମୂଲ୍ୟ ୧୦୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ଉପରେ ଦରବୃଦ୍ଧିର ପ୍ରଭାବ ବଢ଼ିବାରେ ଲାଗିଛି | ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ପୁଣି ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି | ଆଜିଠାରୁ ଗ୍ୟାସ୍ ସିଲିଣ୍ଡର ୧୦୦ ଟଙ୍କା ମହଙ୍ଗା ହୋଇଛି | ଗତ ମାସରେ ସିଲିଣ୍ଡର ମୂଲ୍ୟ ୨୬୬ ଟଙ୍କା ବୃଦ୍ଧି ହୋଇଥିଲା | ଉଲ୍ଲେଖଯୋଗ୍ୟ ଯେ ଏହି ମୂଲ୍ୟ ବୃଦ୍ଧି କେବଳ କମର୍ସିଆଲ ସିଲିଣ୍ଡର ପାଇଁ ଲାଗୁ ହୋଇଛି | ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ | ଘରୋଇ ଏଲପିଜି ଆପଣଙ୍କୁ ଏବେ ବି ପୁରୁଣା ରେଟ୍ ରେ ମିଳିବ |

ସଦ୍ୟତମ ଦର ବୃଦ୍ଧି ପରେ ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୨୧୦୦ ଟଙ୍କା ଟପିଛି। ଏହା ବ୍ୟତୀତ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ପୂର୍ବ ପରି ୮୯୯.୫୦ ଟଙ୍କା ରହିଛି।
ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ |

Comments are closed.