ବଙ୍ଗୋମୁଣ୍ଡା ଆଇଆଇସିଙ୍କଠାରୁ ପ୍ରାୟ ୬ ଲକ୍ଷ ଟଙ୍କା ଜବତ

ବଙ୍ଗୋମୁଣ୍ଡା – ଭିଜିଲାନ୍ସ ଜାଲରେ ଧରାପଡିଥିବା ବଙ୍ଗୋମୁଣ୍ଡା ଆଇଆଇସି ବିନୋଦ ବିହାରୀ ନାୟକଙ୍କ ଘରୁ ୩ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ଗତକାଲି ଆଇଆଇସିଙ୍କୁ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ସହ ଧରିଥିଲା ଭିଜିଲାନ୍ସ । ଚଢାଉରେ ଏ ଯାବତ ମୋଟ ୫ ଲକ୍ଷ ୮୬ ହଜାର ଟଙ୍କା ଜବତ ହୋଇଛି । ଆଜି ଭିଜିଲାନ୍ସ ତାଙ୍କଠାରୁ ୩ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି । ଚଢାଉ ବେଳେ ବଲାଙ୍ଗୀର ଓ ସମ୍ବଲପୁରର ଭିଜିଲାନ୍ସ ଡିଏସପି ସାମିଲ ଥିଲେ ।

Comments are closed.