ବ୍ରାଜିଲ ନିର୍ବାଚନ: ବୋଲସୋନାରୋଙ୍କ ପରାଜୟ, ରାଷ୍ଟ୍ରପତି ଭାବେ ଫେରିଲେ ଲୁଲା ଡା ସିଲଭା

ସାଓପୋଲୋ: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ପୁଣି ଥରେ କ୍ଷମତାକୁ ଫେରିଛନ୍ତି। ଦେଶରେ ହୋଇଥିବା ନିର୍ବାଚନରେ ସେ ବର୍ତ୍ତମାନର ରାଷ୍ଟ୍ରପତି ତଥା ଦକ୍ଷିଣପନ୍ଥୀ ନେତା ଜାୟର ବୋଲସନାରୋଙ୍କୁ ପରାସ୍ତ କରିଛନ୍ତି। ଲୁଲା ଡା ସିଲଭା ୫୦.୮୩% ଭୋଟ୍ ପାଇଥିବାବେଳେ ବୋଲସନାରୋଙ୍କୁ ୪୯.୧୭% ଭୋଟ୍ ମିଳିଛି ।

ଜାନୁୟାରୀ ୧, ୨୦୨୩ରେ ଲୁଲା ଡା ସିଲଭା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।

ବିଜୟ ସେ “ବିଭାଜିତ ଦେଶକୁ ଏକଜୁଟ କରିବେ” ବୋଲି ଲୁଲା ପ୍ରତିଶ୍ରୁତି ଦେଇଛନ୍ତି । ଆମାଜନ ଜଙ୍ଗଲ ସଂରକ୍ଷଣ ପାଇଁ ମଧ୍ୟ ସେ ଆନ୍ତର୍ଜାତୀୟ ସହଯୋଗ ଲୋଡିଛନ୍ତି ।

ବାମପନ୍ଥୀ ନେତା ଲୁଲା ପୂର୍ବରୁ ଦୁଇ ଥର ଦେଶର ରାଷ୍ଟ୍ରପତି ରହିଥିଲେ। ତିନି ବର୍ଷ ପୂର୍ବେ ଏକ ଦୁର୍ନୀତି ମାମଲାରେ ତାଙ୍କୁ ଜେଲଦଣ୍ଡ ହୋଇଥିଲା ।

ନିର୍ବାଚନରେ ବିଜୟ ପାଇଁ ​​ଲୁଲାଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଆହୁରି ମଜବୁତ ହେବ।

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଲୁଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.