ହକି ବିଶ୍ୱକପ ପୂର୍ବରୁ ରାଉରକେଲା ଏୟାରପୋର୍ଟ କାମ ସାରିବାକୁ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ସଚିବଙ୍କୁ ସିଂହଙ୍କ ଚିଠି

ଭୁବନେଶ୍ୱର -ଇସ୍ପାତ ମନ୍ତ୍ରାଳୟର ସଚିବ ସଞ୍ଜୟ କୁମାର ସିଂହଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଚିଠି ଲେଖି ରାଉରକେଲା ଏୟାରପୋର୍ଟ କାମ ତୁରନ୍ତ ସାରିବାକୁ ଅନୁରୋଧ କରିଛନ୍ତି । ଆସନ୍ତାବର୍ଷ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପୂର୍ବରୁ ଏୟାରପୋର୍ଟ କାମ ସାରିବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଉଡାଣ ଯୋଜନାରେ ଷ୍ଟିଲ ଅଥୋରିଟି ଅଫ ଇଣ୍ଡିଆ -ଏସଏଆଇଏଲ ଏହାର ବିକାଶ କରୁଛି । ଏଏସ ଆଇଏଲ ଓ ଏଏଆଇ ମଧ୍ୟରେ ଏନେଇ ୨୦୧୮ରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ପରିବହନ କ୍ଷେତ୍ରରେ ରାଉରକେଲା ଏୟାରପୋର୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୁରୁଷ ହକି ବିଶ୍ୱକପ ପାଇଁ ଏହାର ବଡ ଭୂମିକା ରହିବ ।ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ । ବିଶ୍ବକପ୍ ଆୟୋଜନ ନେଇ ସଫଳତା ପୂର୍ବକ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ।

ପୂର୍ବରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଚିବଙ୍କ ନିକଟକୁ ପତ୍ର ଲେଖିଥିଲେ ମୁଖ୍ୟ ଶାସନ ସଚିବ । କୋଲକାତା, ରାୟପୁର, ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ, ଭୁବନେଶ୍ବର ବିମାନ ବନ୍ଦର ସହ ଭିଏସଏସ ବିମାନ ବନ୍ଦର ନିକଟତମ ବିମାନବନ୍ଦର । ସେହିପରି ଝାରସୁଗୁଡା ସହ ରାଉରକେଲାକୁ ଯିବା ଲାଗି ଉତ୍ତମ ସଡ଼କ ପଥ ଓ ରେଳପଥ ରହିଛି । ଏହାକୁ ଦୃଷ୍ଟିରେ ରଖି ଯଦି ଝାରସୁଗୁଡାକୁ ଅଧିକ ବିମାନ ଚଳାଚଳ ବ୍ୟବସ୍ଥା କରାଯିବ, ତାହା ହେଲେ ହକିର ପ୍ରସାର ଲାଗି ଏକ ବଳିଷ୍ଠ ପଦକ୍ଷେପ ହେବ ବୋଲି ପତ୍ରରେ ଲେଖିଥିଲେ ମୁଖ୍ୟ ଶାସନ ସଚିବ ।

Comments are closed.