ଭବାନୀପୁର ଉପନିର୍ବାଚନ: ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ମମତା ୬,୧୪୬ ଭୋଟରେ ଆଗୁଆ

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର, ସମଶେରଗଞ୍ଜ ଏବଂ ମୁର୍ସିଦାବାଦର ଜାଙ୍ଗିପୁର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯିବ। ନିର୍ବାଚନ ଆୟୋଗଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଭବାନୀପୁରରେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ତୃତୀୟ ରାଉଣ୍ଡ ଶେଷ ପର୍ଯ୍ୟନ୍ତ ୬,୧୪୬ ଭୋଟରେ ଆଗୁଆ ଅଛନ୍ତି। ବିଜେପିର ପ୍ରିୟଙ୍କା ଟିବ୍ରେଓ୍ବାଲ୍ ୮୮୧ ଭୋଟ୍ ପାଇଥିବାବେଳେ ସିପିଆଇ (ଏମ) ର ଶ୍ରୀଜୀବ ବିଶ୍ବାସ ମାତ୍ର ୮୫ ଭୋଟ ପାଇଛନ୍ତି। ଭବାନୀପୁର ଆସନରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ବିଜେପିର ପ୍ରିୟଙ୍କା ଟିବ୍ରେଓ୍ବାଲ ଓ ସିପିଆଇ (ଏମ) ର ଶ୍ରୀଜୀବ ବିଶ୍ବାସ । ସେପ୍ଟେମ୍ବର ୩୦ରେ ଏହି ତିନୋଟି ସିଟ୍ ପାଇଁ ମତଦାନ ହୋଇଥିଲା। ସୂଚନାଯୋଗ୍ୟ, ନନ୍ଦିଗ୍ରାମ ଆସନରୁ ବିଧାନସଭା ନିର୍ବାଚନ ହାରିଯିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରୁ ଉପନିର୍ବାଚନ ଲଢ଼ିଥିଲେ ।

Comments are closed.