ମୋଦିଙ୍କୁ ମନମୋହନଙ୍କ ଟାର୍ଗେଟ, ନିଜ ବିଫଳତା ପାଇଁ ନେହେରୁଙ୍କୁ ଦାୟୀ କରନି

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କେନ୍ଦ୍ରର ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି । ମନମୋହନ କହିଛନ୍ତି ଯେ ସାତ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ଥିବା ବିଜେପି ଏବେ ମଧ୍ୟ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଲୋକଙ୍କ ସମସ୍ୟା ପାଇଁ ଦାୟୀ କରୁଛି। ।

ପଞ୍ଜାବୀରେ ଏକ ଭିଡିଓ ବାର୍ତ୍ତାରେ ମନମୋହନ ସିଂ କହିଛନ୍ତି ଯେ ଗୋଟିଏ ପଟେ ଲୋକମାନେ ଦରବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ସାମ୍ନା କରୁଛନ୍ତି, ଅନ୍ୟ ପଟେ ନିଜ ଭୁଲକୁ ସ୍ୱୀକାର ଏବଂ ମାର୍ଜନା କରିବା ପରିବର୍ତ୍ତେ ସାଢେ଼ ସାତ ବର୍ଷ ଧରି କ୍ଷମତାରେ ଥିବା ବର୍ତ୍ତମାନର ସରକାର ସବୁ ସମସ୍ୟା ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଦାୟୀ କରୁଛି |

ପଞ୍ଜାବ ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ କୃଷକ ଆନ୍ଦୋଳନ, ବୈଦେଶିକ ନୀତି, ଦରଦାମ୍ ବୃଦ୍ଧି ଏବଂ ବେକାରୀ ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ରାଜନୈତିକ ଫାଇଦା ପାଇଁ କଂଗ୍ରେସ କେବେ ବି ଦେଶକୁ ଭାଗ କରି ନାହିଁ ଏବଂ ସତ୍ୟକୁ ଲୁଚାଇ ନାହିଁ।

Comments are closed.