ମନମୋହନ ସିଂହ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଜ୍ୱର ଏବଂ ଦୁର୍ବଳତା ଅଭିଯୋଗ କରିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସ ରେ ଭର୍ତ୍ତି କରାଯାଇଛି। ୮୮ ବର୍ଷୀୟ ଡକ୍ଟର ସିଂ ଏମ୍ସର କାର୍ଡିଓ ନ୍ୟୁରୋ ଟାୱାରରେ ଚିକିତ୍ସିତ ହେଉଛନ୍ତି | ତେବେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଏମ୍ସ ଡାକ୍ତରମାନେ କହିଛନ୍ତି।

ମନମୋହନ ସିଂ ସମ୍ପ୍ରତି ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ମନମୋହନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଦିଲ୍ଲୀ ଏମ୍ସରେ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି | ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଏହାର ନେତୃତ୍ୱ ନେଉଛନ୍ତି।
ମନମୋହନ ସିଂହ ଚଳିତ ବର୍ଷ ୧୯ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ। ସେତେବେଳେ ବି ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା | ୧୦ ଦିନ ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।

Comments are closed.