କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ ମନୋଜ ତିୱାରୀ

କୋଲକାତା: ଭାରତୀୟ କ୍ରିକେଟର ମନୋଜ ତିୱାରୀ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଭାରତ ପାଇଁ ମୋଟ ୧୨ଟି ଦିନିକିଆ ଏବଂ ତିନୋଟି ଟି-୨୦ ଖେଳିଥିଲେ |

ତିୱାରୀ ସମ୍ପ୍ରତି ପଶ୍ଚିମବଙ୍ଗର କ୍ରୀଡ଼ା ମନ୍ତ୍ରୀ ଅଛନ୍ତି।

୨୦୦୮ ମସିହାରୁ କ୍ରିକେଟ୍ କ୍ୟାରିଅର୍ ଆରମ୍ଭ କରିଥିବା ତିୱାରୀ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଅବସର ଘୋଷଣା କରିଥିଲେ।

ସେ ନିଜ ପୋଷ୍ଟରେ ଲେଖିଛନ୍ତି, “କ୍ରିକେଟ୍ ଖେଳକୁ ଅଲବିଦା..ଏହି ଖେଳ ମୋତେ ସବୁକିଛି ଦେଇଛି । ମୁଁ ସର୍ବଦା ଏହି ଖେଳ ଓ ଭଗବାନଙ୍କ ନିକଟରେ କୃତଜ୍ଞ ରହିବା । ମୋ ସହିତ ଯେଉଁମାନେ ସବୁବେଳେ ଅଛନ୍ତି, ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ, ମୋର ସମସ୍ତ କୋଚ୍ ମାନଙ୍କୁ ଧନ୍ୟବାଦ।”

ମନୋଜ ତିୱାରୀ ତାଙ୍କ ପୋଷ୍ଟରେ ପତ୍ନୀ ସୁସ୍ମିତା ରୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କ ସହଯୋଗ ବିନା ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିନଥାନ୍ତେ ।

Comments are closed.