ପବନର ଝଟକା ଯୋଗୁଁ ଏୟାର ଇଣ୍ଡିଆର ଦିଲ୍ଲୀ-ସିଡନୀ ବିମାନରେ ଅନେକ ଯାତ୍ରୀ ଆହତ

ନୂଆଦିଲ୍ଲୀ: ମଝି ଆକାଶରେ ପବନର ତୀବ୍ର ଝଟକା ଯୋଗୁଁ ଏୟାର ଇଣ୍ଡିଆର ଦିଲ୍ଲୀ-ସିଡନୀ ବିମାନରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଏହି ଘଟଣା ମଙ୍ଗଳବାର ଘଟିଥିଲା । ଏୟାର ଇଣ୍ଡିଆର ବିମାନ ଦିଲ୍ଲୀରୁ ସିଡନୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ହଠାତ୍ ପବନର ଝଟକାର ସାମ୍ନା କରିଥିଲା ।

ସୂତ୍ରରୁ ପ୍ରକାଶ ଯେ ଏହି ଘଟଣାରେ କେହି ଗୁରୁତର ଆହତ ହୋଇନାହାଁନ୍ତି। ତେବେ ସିଡନୀ ବିମାନବନ୍ଦରରେ ପହଞ୍ଚିବା ପରେ ସାମାନ୍ୟ ଆଘାତ ଲାଗିଥିବା ଯାତ୍ରୀମାନଙ୍କୁ ଚିକିତ୍ସା ସହାୟତା ଦିଆଯାଇଥିଲା । ଆଘାତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକତା ପଡ଼ିନଥିଲା ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କହିଛି ।

ଅଧିକାରୀ କହିଛନ୍ତି ଯେ ସିଡନୀରେ ଥିବା ଏୟାର ଇଣ୍ଡିଆର ବିମାନବନ୍ଦର ମ୍ୟାନେଜର ମଧ୍ୟ ଫ୍ଲାଇଟ୍ ପହଞ୍ଚିବା ପରେ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ସହାୟତା ପାଇଁ ବ୍ୟବସ୍ଥା କରିଥିଲେ।

ଗତମାସରେ ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ବିଛା କାମୁଡ଼ି ଦେଇଥିଲା ।

Comments are closed.