ମାଲକାନଗିରି ସ୍ୱାଭିମାନ ଅଂଚଳରେ ପୋଲିସ-ମାଓବାଦୀ ଗୁଳିବିନିମୟରେ ମାଓ ନେତା କିଶୋର ନିହତ

ମାଲକାନଗିରି- ମାଲକାନଗିରି ସ୍ୱାଭିମାନ ଅଂଚଳରେ ମାଓ ବିରୋଧୀ ଅପରସେନରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ ସଫଳତା । ସ୍ୱାଭିମାନ ଅଂଚଳର ଯନ୍ତ୍ରୀ ଜଙ୍ଗଲରେ ପୋଲିସ ଓ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ଦୁର୍ଦ୍ଧାନ୍ତ ମାଓ ନେତା କିଶୋର ନିହତ ହୋଇଛି । କିଶୋର ନିଷିଦ୍ଧ ସିପିଆଇ (ମାଓଇଷ୍ଟ)ର ମିଲିଟାରୀ ପ୍ଲାଟୁନ କମାଣ୍ଡର ଥିଲା । ନିହତ କିଶୋରର ମୃତଦେହ ଉଦ୍ଧାର ହୋଇଛି । ଗୁଳି ବିନିମୟ ସ୍ଥଳରୁ ଏ.କେ ୪୭ ରାଇଫଲ ଓ ମାଓ ସାମଗ୍ରୀ ଜବତ ହୋଇଛି ।

Comments are closed.