ଭାରତ ବନ୍ଦ ଯୋଗୁଁ ଗୁରୁଗ୍ରାମ-ଦିଲ୍ଲୀ ସୀମାରେ ଲମ୍ବା ଜାମ୍

ନୂଆଦିଲ୍ଲୀ: ସୋମବାର ଦିନ ଭାରତ ବନ୍ଦ ଯୋଗୁଁ ଗୁରୁଗ୍ରାମ-ଦିଲ୍ଲୀ ସୀମାରେ ଯାନବାହାନର ଲମ୍ବା ଜାମ୍ ସୃଷ୍ଟି ହୋଇଛି। ଭାରତ ବନ୍ଦ ଦୃଷ୍ଟିରୁ ଦିଲ୍ଲୀ ପୋଲିସ ପ୍ରତ୍ୟେକ ଗାଡି ଯାଞ୍ଚ୍ କରୁଛି, ଯେଉଁଥିପାଇଁ ସୀମାରେ ଦୀର୍ଘ ସମୟ ଧରି ଜାମ୍ ସୃଷ୍ଟି ହୋଇଛି | କେନ୍ଦ୍ରର ତିନୋଟି କୃଷି ଆଇନକୁ ବିରୋଧ କରି କୃଷକମାନେ ଆଜି ଭାରତ ବନ୍ଦ ଡ଼ାକରା ଦେଇଛନ୍ତି।

ସଂଯୁକ୍ତ କିସାନ୍ ମୋର୍ଚା ଏହି ଆନ୍ଦୋଳନର ନେତୃତ୍ଵ ନେଉଛି | କୃଷକମାନେ ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ଭାରତ ବନ୍ଦ ଯୋଗୁଁ ରାଜଧାନୀ ଦିଲ୍ଲୀକୁ ଯୋଡୁଥିବା ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି।

ଏହାଛଡ଼ା ସମସ୍ତ ବେସରକାରୀ ତଥା ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ, ଦୋକାନ ବନ୍ଦ ରହିବ ବୋଲି କୃଷକମାନେ କହିଛନ୍ତି। ତେବେ ଡାକ୍ତରଖାନା, ଔଷଧ ଦୋକାନ ଆଦି ସମସ୍ତ ଜରୁରୀ ସେବା ଜାରି ରହିବ ବୋଲି କୃଷକ ନେତା ରାକେଶ ଟିକାଏତ୍ କହିଛନ୍ତି।

କୃଷକଙ୍କ ଆନ୍ଦୋଳନ ଯୋଗୁଁ ଜାତୀୟ ରାଜପଥ ୯ ଏବଂ ଜାତୀୟ ରାଜପଥ ୨୪ ଉଭୟ ପାର୍ଶ୍ୱରେ ଟ୍ରାଫିକ ବନ୍ଦ ରହିଛି ବୋଲି ଦିଲ୍ଲୀ ଟ୍ରାଫିକ ପୋଲିସ ଟୁଇଟ୍ କରି ସୂଚନା ଦେଇଛି । ୟୁପିରୁ ଆସୁଥିବା ଏବଂ ଏହି ମାର୍ଗ ଦେଇ ୟୁପିକୁ ଯାଉଥିବା ଲୋକମାନେ ଏହି ମାର୍ଗ ପରିବର୍ତ୍ତେ ଅନ୍ୟ ମାର୍ଗ ଦେଇ ଯିବାକୁ ପରାମର୍ଶ ଦିଆଯାଇଛି |

Comments are closed.