ଅନେକ ନିୟମ ପରିବର୍ତନ ସହ ମାଟ୍ରିକ ସପ୍ଲିମେଂଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର- ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ବର୍ଷର ମାଟ୍ରିକ ସପ୍ଲିମେଂଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । କରୋନା ପାଇଁ ପରୀକ୍ଷା ଢାଂଚା ବଦଳିଛି । ଉଭୟ ପରୀକ୍ଷାରେ ପ୍ରତି ବିଷୟ ପାଇଁ ଅଢେଇ ଘଂଟା ବଦଳରେ ପରୀକ୍ଷାର୍ଥୀଙ୍କୁ ମାତ୍ର ଦୁଇ ଘଂଟାର ସମୟ ମିଳିବ । ୧୦୦ ନମ୍ବର ବଦଳରେ ୮୦ ନମ୍ବର ପରୀକ୍ଷା ହେବ । ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ ଗାଇଡଲାଇନ୍ କଡାକଡି ପାଳନ କରାଯିବ । ପରୀକ୍ଷାର୍ଥୀଙ୍କ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରହିବ । ପ୍ରତିଦିନ ପରୀକ୍ଷା କେନ୍ଦ୍ର ବିଶୋଧନ କରାଯିବ । ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ପାଇଁ ୨୨ ହଜାର ୬୪୯ ଜଣ ପରୀକ୍ଷାର୍ଥୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୧୨ ହଜାର ୯୩୯ ଜଣ ଫର୍ମ ପୂରଣ କରିଛନ୍ତି ।

Comments are closed.