ସୀମା ହାଇଦର ମାମଲାରେ ଆସିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: ପାକିସ୍ତାନୀ ନାଗରିକ ସୀମା ହାଇଦର ମାମଲାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରଥମ ପ୍ରତିକ୍ରିୟା ଆସିଛି। ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଆମେ ଏ ବିଷୟରେ ଅବଗତ ଅଛୁ । ଏହି ମାମଲାର ଉପରେ ନଜର ରଖିଛୁ। ସୀମାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ବର୍ତ୍ତମାନ ସେ ଜାମିନରେ ଆସିଛନ୍ତି। ଏହି ମାମଲାର ତଦନ୍ତ ଚାଲିଛି। କୌଣସି ବଡ଼ ତଥ୍ୟ ସାମ୍ନାକୁ ଆସିଲେ ଆମେ ଜଣାଇବୁ ବୋଲି ବାଗଚି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶର ଏଟିଏସ୍ (ଆତଙ୍କବାଦ ନିରୋଧୀ ସ୍କ୍ବାଡ୍) ସୀମା ହାଇଦର ମାମଲାର ତଦନ୍ତ କରୁଛି। ଏହି ମାମଲାରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ ।

ନେପାଳ ଦେଇ ନିଜ ୪ ପିଲାଙ୍କ ସହ ଭାରତକୁ ଆସିଥିବା ସୀମା ହାଇଦର ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ଗ୍ରେଟର ନୋଏଡାର ରବୁପୁରାରେ ରହୁଥିବା ତାଙ୍କ ପ୍ରେମିକ ସଚିନଙ୍କ ପାଖକୁ ଚାଲି ଆସିଛନ୍ତି ସୀମା । ପବଜୀ ଖେଳିବା ସମୟରେ ସଚିନଙ୍କ ସହ ସମ୍ପର୍କରେ ଆସିଥିଲେ ସୀମା । ଏହା ପରେ ଦୁହେଁ ପରସ୍ପରର ପ୍ରେମରେ ପଡିଥିଲେ | ସଚିନଙ୍କ ପାଇଁ ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ି ୪ ପିଲାଙ୍କ ସହ ବେଆଇନ ଭାବେ ଭାରତ ଆସିଥିଲେ । ହେଲେ ସେ ପାକିସ୍ତାନର ଜଣେ ସାଧାରଣ ନାଗରିକ ନା ପ୍ରେମିକା ବେଶରେ ଜଣେ ଗୁପ୍ତଚର ତାହାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି ।

Comments are closed.