ହାଇଦ୍ରାବାଦ: କାର୍ ଭିତରେ ନାବାଳିକାଙ୍କୁ ଗଣବଳାତ୍କାର, ବିଧାୟକଙ୍କ ପୁଅ ସହ ପାଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ମାମଲା

ହାଇଦ୍ରାବାଦ: ନିଜ ବନ୍ଧୁଙ୍କ ପାର୍ଟିରୁ ଫେରୁଥିବା ବେଳେ ଜଣେ ୧୭ ବର୍ଷ ବୟସ୍କା ନାବାଳିକାଙ୍କୁ ମର୍ସିଡିଜ କାର୍ ଭିତରେ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପାଞ୍ଚଜଣ ଅଭିଯୁକ୍ତ ହେଉଛନ୍ତି ନାବାଳକ । ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କର ପଲିଟିକାଲ ଲିଙ୍କ୍ ଥିବା କୁହାଯାଉଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ମଧ୍ୟ ରହିଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗତ ସପ୍ତାହରେ ଜୁବୁଲି ହିଲ୍ସରେ ଏହି ଘଟଣା ଘଟିଥିଲା। ନେତାଙ୍କ ପିଲାମାନଙ୍କ ବିରୋଧରେ ପୋଲିସକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି।

ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ​​ଯେତେବେଳେ ନାବାଳିକାଙ୍କ ପିତା ମେ ୨୮ ରେ ଜୁବୁଲି ହିଲ୍ସ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିବା ଘଟଣା ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଡେପୁଟି କମିଶନର ଅଫ୍ ପୋଲିସ୍ (ୱେଷ୍ଟ୍ ଜୋନ୍) ଜୋଏଲ୍ ଡେଭିସ୍ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ସେ କହିଛନ୍ତି ଯେ ପୀଡିତା ଅଭିଯୁକ୍ତଙ୍କୁ ଚିହ୍ନିବା ସ୍ଥିତିରେ ନାହାଁନ୍ତି । ତେଣୁ ଆମେ ଅନ୍ୟ ଟେକ୍ନିକାଲ ତଥ୍ୟ ମାଧ୍ୟମରେ ଅଭିଯୁକ୍ତକୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରଖିଛୁ।

ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ମେ ୨୮ରେ ତାଙ୍କ ଝିଅ ଜୁବୁଲି ହିଲ୍ସର ଏକ ପବ୍ ରେ ତାଙ୍କର ବନ୍ଧୁଙ୍କ ଦ୍ୱାରା ଆୟୋଜିତ ଏକ ପାର୍ଟିକୁ ଯାଇଥିଲେ | ସନ୍ଧ୍ୟା ପ୍ରାୟ ୫.୩୦ରେ ପାର୍ଟିରେ ତାଙ୍କୁ କିଛି ଯୁବକ ମିଶିଥିଲେ । ସେମାନେ ତାଙ୍କ ଝିଅକୁ ଘରେ ଛାଡ଼ିଦେବେ ବୋଲି କହି କାରରେ ବସିବାକୁ କହିଥିଲେ । ତେବେ ଚଳନ୍ତା କାର୍ ଭିତରେ ସେମାନେ ତାଙ୍କୁ ଜଣକ ପରେ ଜଣେ ବଳାତ୍କାର କରିଥିଲେ।

Comments are closed.