ଗୁଜରାଟ ନିର୍ବାଚନ ପୂର୍ବରୁ କେନ୍ଦ୍ରର ବଡ଼ ନିଷ୍ପତ୍ତି: ପାକିସ୍ତାନ ସହ ତିନି ଦେଶର ସଂଖ୍ୟାଲଘୁଙ୍କୁ ମିଳିବ ଭାରତର ନାଗରିକତା
ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସି ଗୁଜରାଟର ଦୁଇଟି ଜିଲ୍ଲାରେ ରହୁଥିବା ସଂଖ୍ୟାଲଘୁଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ । ହିନ୍ଦୁଙ୍କ ବ୍ୟତୀତ ଉକ୍ତ ତିନି ଦେଶର ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଭାରତର ନାଗରିକ ଭାବେ ପରିଚୟ ମିଳିବ । ଅଧିକାରୀ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ (ସିଏଏ) ସହ ଜଡିତ ଗୃହ ମନ୍ତ୍ରଣାଳୟର ନୂଆ ନିୟମ ଅନୁଯାୟୀ, ଜିଲ୍ଲା କଲେକ୍ଟରମାନଙ୍କୁ ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ସନ୍ଧାନ କରି ସେମାନଙ୍କୁ ନାଗରିକତା ପ୍ରଦାନ କରିବାକୁ କ୍ଷମତା ଦିଆଯାଇଛି।
ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଲୋକଙ୍କ ପାଇଁ ନାଗରିକତା ପ୍ରଦାନ ପ୍ରକ୍ରିୟାକୁ ଗୃହ ମନ୍ତ୍ରଣାଳୟ ସରଳ କରିଛି। ଗୁଜରାଟ ଆନନ୍ଦ ଜିଲ୍ଲାପାଳ ଡି.ଏସ୍ ଗାଧବୀ କହିଛନ୍ତି ଯେ ନୂତନ ନିୟମ ଅନୁଯାୟୀ ଜିଲ୍ଲାପାଳମାନେ ବର୍ତ୍ତମାନ ଲୋକଙ୍କ ଯାଞ୍ଚ୍ କରିବା ଏବଂ ସେମାନଙ୍କୁ ନାଗରିକତା ଦେବାର ଅଧିକାର ରହିଛି। ଅଧିକାରୀଙ୍କ ଅନୁଯାୟୀ, ମେହସାନା ଏବଂ ଆନନ୍ଦ ଜିଲ୍ଲାପାଳଙ୍କୁ ନାଗରିକତା ପ୍ରଦାନ କରିବାର କ୍ଷମତା ଦିଆଯାଇଛି।
Comments are closed.