ଆସନ୍ତା ବର୍ଷ ଭାରତରେ ଡେବ୍ୟୁ କରିପାରେ ‘ମୋଟୋ ଜିପି’

ନୂଆଦିଲ୍ଲୀ: ଯଦି ସବୁ କିଛି ଠିକଠାକ୍ ରୁହେ, ତେବେ ମୋଟରସାଇକେଲ ରେସିଂର ସବୁଠୁ ବଡ଼ ଇଭେଣ୍ଟ ‘ମୋଟୋ ଜିପି’ ଆସନ୍ତା ବର୍ଷ ଭାରତରେ ଡେବ୍ୟୁ କରିପାରେ। ‘ମୋଟୋ ଜିପି’ ର କମର୍ସିଆଲ ଅଧିକାର ଧାରକ ଡର୍ନୋ ଏବଂ ନୋଏଡା ଭିତ୍ତିକ ରେସ ପ୍ରମୋଟର ଫେୟାରଷ୍ଟ୍ରିଟ୍ ସ୍ପୋର୍ଟସ୍ ମଧ୍ୟରେ ଏନେଇ ଚୁକ୍ତି ଆସନ୍ତା ସପ୍ତାହରେ ସ୍ୱାକ୍ଷରିତ ହେବାର ସମ୍ଭାବନା ଅଛି |

ଡୋର୍ନା ପରିଚାଳନା ନିର୍ଦ୍ଦେଶକ କାର୍ଲୋସ ଆଜପେଲେଟା ଏବଂ ସିଇଓ କାର୍ମେଲୋ ଆଜପେଲେଟା ଆସନ୍ତା ବୁଧବାର ଦିଲ୍ଲୀ ଆସିବେ ଏବଂ ମୋଟୋ ଗ୍ରାଣ୍ଡ ପ୍ରି’ର ଭାରତୀୟ ସଂସ୍କରଣ ସମ୍ପର୍କରେ ଏକ ଆନୁଷ୍ଠାନିକ ଘୋଷଣା କରିବେ ବୋଲି ଆଶା କରାଯାଉଛି।

‘ମୋଟୋ ଜିପି’ ନୋଏଡାର ବୁଦ୍ଧ ଆନ୍ତର୍ଜାତୀୟ ସର୍କିଟରେ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି, ଯେଉଁଠି ଏକଦା ଫର୍ମୁଲା ୱାନ୍ ଗ୍ରାଣ୍ଡ୍ ପ୍ରି’ର ଆୟୋଜନ ହୋଇଥିଲା । କିନ୍ତୁ ଆର୍ଥିକ, ଟିକସ ଏବଂ ଅମଲାତାନ୍ତ୍ରିକ ପ୍ରତିବନ୍ଧକ ଯୋଗୁଁ ଏହାକୁ ବନ୍ଦ କରିବାକୁ ପଡିଥିଲା।

ଫେୟାରଷ୍ଟ୍ରିଟ୍ ସ୍ପୋର୍ଟସର ସିଇଓ ପୁଷ୍କର ନାଥ ଗଣମାଧ୍ୟମକୁ କହିଛନ୍ତି ଯେ ସେ ସମ୍ମାନଜନକ ରେସ୍ ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି ଏବଂ ନଅ ବର୍ଷ ତଳେ ଫର୍ମୁଲା ୱାନରେ କ’ଣ ଭୁଲ୍ ହୋଇଥିଲା ତାହା ମଧ୍ୟ ଧ୍ୟାନରେ ରଖିଛନ୍ତି।

ନାଥ କହିଛନ୍ତି, “ଭାରତ ହେଉଛି ବିଶ୍ୱର ବୃହତ୍ତମ ଦୁଇ ଚକିଆ ବଜାର। ସମସ୍ତଙ୍କର ବାଇକ୍ ସହ ସ୍ବତନ୍ତ୍ର ସମ୍ପର୍କ ରହିଛି | ମୋଟୋ ଗ୍ରାଣ୍ଡ ପ୍ରି ବିଶ୍ବରେ ସବୁଠାରୁ ଅଧିକ ଦେଖାଯାଉଥିବା କ୍ରୀଡା ଇଭେଣ୍ଟ ମଧ୍ୟରୁ ଅନ୍ୟତମ |

Comments are closed.