ପ୍ରେସକ୍ରିପ୍ସନରେ ‘ଆରଏକ୍ସ’ ପରିବର୍ତ୍ତେ ‘ଶ୍ରୀହରି’ ଲେଖିବାକୁ ଡ଼ାକ୍ତରଙ୍କୁ କହିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜ ରାଜ୍ୟର ଡ଼ାକ୍ତର ମାନଙ୍କୁ ରୋଗୀଙ୍କ ପାଇଁ ଔଷଧ ହିନ୍ଦୀରେ ଲେଖିବାକୁ ଜୋର୍ ଦେଇଛନ୍ତି । ଏହାଛଡ଼ା ଶିବରାଜ ଥଟ୍ଟାରେ କହିଛନ୍ତି ଯେ ଡାକ୍ତରମାନେ ପ୍ରେସକ୍ରିପ୍ସନରେ ‘ଆରଏକ୍ସ’ ପରିବର୍ତ୍ତେ ‘ଶ୍ରୀ ହରି’ ଲେଖିବା ଉଚିତ ।

ରାଜଧାନୀ ଭୋପାଳରେ ଏକ ହିନ୍ଦୀ ବ୍ୟାକରଣ କାର୍ଯ୍ୟକ୍ରମରେ ଶିବରାଜ କହିଛନ୍ତି ଯେ ହିନ୍ଦୀରେ ଔଷଧର ନାମ ଲେଖିଲେ କିଛି ଅସୁବିଧା ନାହିଁ । ତାଙ୍କ ସରକାର ଇଂରାଜୀ ବିରୋଧୀ ନୁହଁନ୍ତି , କିନ୍ତୁ ଜାତୀୟ ଭାଷା ହିନ୍ଦୀ ବିଷୟରେ ସଚେତନତା ଆବଶ୍ୟକ।

ଶିବରାଜ କେତେକ ଦେଶର ଉଦାହରଣ ଦେଇ କହିଛନ୍ତି ଯ ଅନେକ ଦେଶ ଇଂଲିଶ ପରିବର୍ତ୍ତେ ନିଜ ମାତୃଭାଷାରେ କାର୍ଯ୍ୟ କରି ମଧ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ବହୁତ ଅଗ୍ରଗତି କରିଛନ୍ତି | ଉଲ୍ଲେଖଯୋଗ୍ୟ, ଦେଶର ପ୍ରଥମ ରାଜ୍ୟ ଭାବେ ମଧ୍ୟପ୍ରଦେଶ ମେଡିକାଲ ଶିକ୍ଷା ହିନ୍ଦୀରେ ଆରମ୍ଭ କରିଛି ।

Comments are closed.