ୟୁପି ନିର୍ବାଚନ: ମୁଲାୟମ ସିଂ ଯାଦବଙ୍କ ସାନବୋହୂ ବିଜେପିରେ ଯୋଗ ଦେଲେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ବଡ଼ ଝଟକା ଲାଗିଛି । ବୁଧବାର ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ରାଜ୍ୟ ସଭାପତି ସ୍ବତନ୍ତ୍ର ଦେବ ସିଂ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଥିଲେ। ଲକ୍ଷ୍ନୌ କ୍ୟାଣ୍ଟରୁ ଟିକେଟ୍ ନ ମିଳିବାରୁ ଅପର୍ଣ୍ଣା କୁଆଡେ଼ ଅଖିଲେଶଙ୍କ ଉପରେ ରାଗି ଦଳ ଛାଡ଼ିଥିବା କୁହାଯାଉଛି । ଅପର୍ଣ୍ଣା ହେଉଛନ୍ତି ମୁଲାୟମ ସିଂ ଯାଦବଙ୍କ ସାନପୁଅ ପ୍ରତୀକ ଯାଦବଙ୍କ ପତ୍ନୀ।

ବିଜେପିର ସଦସ୍ୟତା ଗ୍ରହଣ କରିବା ପରେ ଅପର୍ଣ୍ଣା ପ୍ରଧାନମନ୍ତ୍ରୀ ମୋଦି ଏବଂ ସିଏମ ଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ମୁଁ ଦେଶକୁ ପୂଜା କରିବାକୁ ବାହାରି ଆସିଛି। ମୋତେ ଦେଶବାସୀଙ୍କ ସହଯୋଗ ଦରକାର | ସ୍ୱଚ୍ଛ ଭାରତ ମିଶନ, ମହିଳାମାନଙ୍କର ଆତ୍ମନିର୍ଭରଶୀଳତା ଏବଂ ଦଳର ଅନ୍ୟାନ୍ୟ ଯୋଜନା ମୋତେ ବହୁତ ପ୍ରଭାବିତ କରିଛି। ମୁଁ ଯାହା ବି କରିପାରିବି, ମୁଁ ମୋ ସାମର୍ଥ୍ୟ ଅନୁଯାୟୀ ତାହା କରିବି |

ପାର୍ଟି ଟିକେଟ୍ ନେଇ ଅଖିଳେଶ ଯାଦବଙ୍କ ଏକ ନିଷ୍ପତ୍ତି ହିଁ ଅପର୍ଣ୍ଣା ଯାଦବଙ୍କ ବିଜେପିରେ ଯୋଗଦେବା ପଛରେ ମୁଖ୍ୟ କାରଣ ବୋଲି କୁହାଯାଉଛି । ଏଥିପାଇଁ ମୁଲାୟମ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଛି। ସୂତ୍ରରୁ ପ୍ରକାଶ ଯେ ଅଖିଳେଶ ଯାଦବ ଏଥର ସେ ପରିବାରର କୌଣସି ସଦସ୍ୟଙ୍କୁ ଟିକେଟ୍ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଅଖିଳେଶଙ୍କ ଏହି ନିଷ୍ପତ୍ତି ପରେ ହିଁ ଅପର୍ଣ୍ଣା ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ।

ଅପର୍ଣ୍ଣା ଏଥର ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ | ଏନେଇ ସେ ମୁଲାୟମ ସିଂ ଯାଦବଙ୍କ ଉପରେ ଲଗାତାର ଚାପ ପକାଉଥିଲେ। ମୁଲାୟମ ମଧ୍ୟ ଅପର୍ଣ୍ଣାଙ୍କୁ ଟିକେଟ୍ ଦେବା ପାଇଁ ଅଖିଳେଶଙ୍କ ସହ କଥା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

Comments are closed.