ଚନ୍ଦ୍ରବାବୁ ନାଇଡୁଙ୍କୁ ପୁଣି ଝଟକା, ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ହାଇଦ୍ରାବାଦ: ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କୁ ପୁଣି ଝଟକା ଲାଗିଛି । ବିଭିନ୍ନ ମାମଲାରେ ତାଙ୍କ ଜାମିନ ଆବେଦନକୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଚନ୍ଦ୍ରବାବୁ ନାଇଡୁ ଅମରାବତୀ ଇନର୍ ରିଙ୍ଗ୍ ରୋଡ୍ ଏବଂ ଅଙ୍ଗଲୁ ଦଙ୍ଗା ମାମଲା ସହ ‘ଫାଇବର ନେଟ୍’ ମାମଲାରେ ଜାମିନ ଆବେଦନ କରିଥିଲେ।

ନାଇଡୁ ସମ୍ପ୍ରତି ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ରାଜାମହେନ୍ଦ୍ରବରମ୍ ସେଣ୍ଟ୍ରାଲ ଜେଲରେ ଅଛନ୍ତି। ନାଇଡୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଦକ୍ଷତା ବିକାଶ ନିଗମ ଅର୍ଥର ଅପବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି।

Comments are closed.