ମାସକରୁ କମ୍ ସମୟରେ ଏମକେସିଜି ଟିମ୍‌ର ୧୦୦ ୟୁନିଟ ପ୍ଲାଜମା ସଂଗ୍ରହ, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ୍ ଆଣ୍ଡ୍ ହସପିଟାଲ ପ୍ଲାଜମା ଥେରାପି ଟିମ୍ ୧୦୦ ୟୁନିଟରୁ ଅଧିକ ପ୍ଲାଜମା ସଂଗ୍ରହ କରିପାରିଛନ୍ତି ।

ଏହି ସଫଳା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମକେସିଜି ପ୍ଲାଜମା ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି । ଏମକେସିଜି ଟିମ୍ ସଂପୃକ୍ତ ଅଂଚଳରେ ଲୋକଙ୍କ ପାଇଁ ଏହି ଅତ୍ୟାଧୁନିକ ଡାକ୍ତରୀ ଚିକିତ୍ସା ନିଶ୍ଚିତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି ।

ଏମକେସିଜି ମେଡିକାଲ ଟିମ୍ ମାସକରୁ କମ୍ ଦିନ ମଧ୍ୟରେ ୧୦୦ରୁ ଅଧିକ ୟୁନିଟ ପ୍ଲାଜମା ସଂଗ୍ରହ କରି ନୂଆ ମାଇଲଖୁଂଟ ସ୍ଥାପନ କରିଛି ।

Comments are closed.