କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଜଣେ ଓଡିଆଙ୍କ ସହ ଆଉ ଦୁଇ ଗିରଫ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି ବୋଲି କୁହାଯାଇଛି। ଏହି ମାମଲାରେ ଏଯାବତ୍ ୧୧ ଜଣଙ୍କୁ ଗିରଫ କରାଯାଇଛି । ଏନସିବି କ୍ରୁଜ ପାର୍ଟିର ୪ ଜଣ ଆୟୋଜକଙ୍କୁ ମଧ୍ୟ ଅଟକ ରଖିଛି। ଯାତ୍ରୀ ସମୁଦ୍ର କୂଳରେ ଡ୍ରଗ୍ସ ଖାଇ କ୍ରୁଜ୍ରରେ ଭଙ୍ଗାରୁଜା କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ଏହି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ହାଜତ ମିଆଦ ଅକ୍ଟୋବର ୭ ଯାଏଁ ବୃଦ୍ଧି କରାଯାଇଛି। ମୁମ୍ବାଇର ଫୋର୍ଟ କୋର୍ଟରେ ଶୁଣାଣି ବେଳେ ଏନସିବି ଅକ୍ଟୋବର ୧୧ ପର୍ଯ୍ୟନ୍ତ ଆର୍ଯ୍ୟଙ୍କ ସମେତ ସମସ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡ ମାଗିଥିଲା। କିନ୍ତୁ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ୭ ଅକ୍ଟୋବର ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଛନ୍ତି। କୋର୍ଟରେ ଶୁଣାଣି ସମୟରେ ଏନସିବି ଆର୍ଯ୍ୟନଙ୍କ ଡ୍ରଗ୍ସ ରାକେଟ୍ ଲିଙ୍କ୍ ନେଇ ଅନେକ ଚାଞ୍ଚଲ୍ୟକର ଦାବି କରିଥିଲା ।

ଆର୍ଯ୍ୟନ କ୍ରିପ୍ଟୋକରେନ୍ସି ମାଧ୍ୟମରେ ବିଦେଶରୁ ଡ୍ରଗ୍ସ ମଗାଉଥିଲେ ବୋଲି ଅଭିଯୋଗ ହୋଇଛି। ଏହି ମାମଲାର ଏନସିବି ଆର୍ୟନ ଖାନଙ୍କୁ ଆଜି ବିଭିନ୍ନ ସ୍ଥାନକୁ ନେଇ ଛାନଭିନ୍ କରିବ। ରବିବାର ଦିନ ଏନସିବି ଦ୍ୱାରା ଅନ୍ୟ ଅଭିଯୁକ୍ତ ଅରବାଜ ମର୍ଚାଣ୍ଟଙ୍କୁ ଅନେକ ସ୍ଥାନକୁ ନେଇ ତଦନ୍ତ କରିଥିଲା ‌।

ଡ୍ରଗ୍ସ ର୍ୟାକେଟରେ ଶ୍ରେୟସ୍ ନାୟାର ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଏନସିବି ଗିରଫ କରିଛି। ଏନସିବି ଅନୁଯାୟୀ ଆର୍ଯ୍ୟନ୍, ଶ୍ରେୟସ୍ ଏବଂ ଅରବାଜ୍ ଘନିଷ୍ଠ ବନ୍ଧୁ ଏବଂ ଶ୍ରେୟସ୍ ମଧ୍ୟ ଡ୍ରଗ୍ ପାର୍ଟୀରେ ଯୋଗଦେବାକୁ ଯାଉଥିଲେ, କିନ୍ତୁ କୌଣସି କାରଣରୁ ସେ ପହଞ୍ଚି ପାରିନଥିଲେ।

Comments are closed.