ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ଅଟୋ ଡେବିଟ୍ ପେମେଣ୍ଟ ନିୟମ, ଏବେ ଆପଣଙ୍କ ବିନା ଅନୁମତିରେ କଟିବନି ପଇସା

ନୂଆଦିଲ୍ଲୀ: ଅଟୋ ଡେବିଟ୍ ପେମେଣ୍ଟ ସିଷ୍ଟମରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି | ଅକ୍ଟୋବର ୧ରୁ ନୂଆ ଡେବିଟ୍ ପେମେଣ୍ଟ ନିୟମ ଲାଗୁ ହେବ | ଏହି ନୂଆ ଡେବିଟ୍ ପେମେଣ୍ଟ ନିୟମ ଅନୁଯାୟୀ, ବର୍ତ୍ତମାନ ବ୍ୟାଙ୍କ୍ ଏବଂ ଫୋନ୍ ପେ ଏବଂ ପେଟିଏମ୍ ଭଳି ଡିଜିଟାଲ୍ ପ୍ଲାଟଫର୍ମ ଆପଣଙ୍କ କିସ୍ତି କିମ୍ବା ବିଲ୍ କାଟିବା ପୂର୍ବରୁ ଆପଣଙ୍କଠାରୁ ଅନୁମତି ନେବାକୁ ପଡିବ | ସେମାନଙ୍କୁ ସେମାନଙ୍କ ସିଷ୍ଟମରେ ଏପରି ପରିବର୍ତ୍ତନ କରିବାକୁ ପଡିବ ଯେମିତିକି ସେମାନେ ବିନା ଅନୁମତିରେ ଆପଣଙ୍କ ଟଙ୍କା କାଟି ପାରିବେ ନାହିଁ ।

ଯେତେବେଳେ ଆପଣ ମୋବାଇଲ୍, ପାଣି ବିଲ୍, ଏବଂ ବିଦ୍ୟୁତ୍ ଇତ୍ୟାଦି ବିଲ୍ ପାଇଁ ଅଟୋ ଡେବିଟ୍ ମୋଡ୍ ଚୟନ କରନ୍ତି, ଏକ ନିର୍ଦ୍ଦିଷ୍ଟ ଦିନ ବା ତାରିଖରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟାଯାଇଥାଏ | ଏହାକୁ ଅଟୋ ଡେବିଟ୍ ପେମେଣ୍ଟ ସିଷ୍ଟମ୍ କୁହାଯାଏ |

ନୂଆ ଅଟୋ ଡେବିଟ୍ ସିଷ୍ଟମ୍ ଅଧୀନରେ ବ୍ୟାଙ୍କଗୁଡିକୁ ଅର୍ଥ ପୈଠର ଧାର୍ଯ୍ୟ ତାରିଖର ୫ ଦିନ ପୂର୍ବରୁ ଗ୍ରାହକଙ୍କ ମୋବାଇଲକୁ ଏକ ମେସେଜ୍ ପଠାଇବାକୁ ପଡିବ | ମେସେଜ୍ ଦେବା ପରେ ଗ୍ରାହକଙ୍କ ମଞ୍ଜୁରି ନେବାକୁ ହେବ | ଏହା ବ୍ୟତୀତ ୫୦୦୦ରୁ ଅଧିକ ଟଙ୍କା ପାଇଁ ଓଟିପି ସିଷ୍ଟମ ବାଧ୍ୟତାମୂଳକ କରାଯାଇଛି |

ନୂଆ ସିଷ୍ଟମର ସୁବିଧା ପାଇବା ପାଇଁ ଆପଣଙ୍କର ମୋବାଇଲ୍ ନମ୍ବର ବ୍ୟାଙ୍କରେ ଅପଡେଟ୍ ହେବା ଉଚିତ୍ | କାରଣ ଆପଣଙ୍କ ଏହି ଅପଡେଟ୍ ନମ୍ବର ଉପରେ ଡେବିଟ୍ ର ସୂଚନା ଏସ୍ଏମ୍ଏସ୍ ମାଧ୍ୟମରେ ଆସିବ | ମନେରଖନ୍ତୁ ଯେ ନୂଆ ଡେବିଟ୍ ସିଷ୍ଟମ୍ କେବଳ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ କିମ୍ବା ତଦନୁସାରେ ସେଟ୍ ହୋଇଥିବା ଅଟୋ ଡେବିଟ୍ ପେମେଣ୍ଟ ମୋଡ୍ ଉପରେ ଲାଗୁ ହେବ |

ଅନଲାଇନ୍ ଠକେଇ ରୋକିବା ପାଇଁ ଏହି ନୂଆ ଅଟୋ ଡେବିଟ୍ ସିଷ୍ଟମର ମୂଳ ଉଦ୍ଦେଶ୍ୟ | ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ କିମ୍ବା ବ୍ୟାଙ୍କ୍ ଗ୍ରାହକଙ୍କ ଅନୁମତି ନେବା ପରେ କୌଣସି ସୂଚନା ନ ଦେଇ ପ୍ରତି ମାସରେ ଗ୍ରାହକଙ୍କ ଆକାଉଣ୍ଟରୁ କଟାଯାଇଥାଏ | ଏହି କାରଣରୁ ଠକେଇର ସମ୍ଭାବନା ଥାଏ | ଏହି ସମସ୍ୟାକୁ ଦୂର କରିବା ପାଇଁ ଏଭଳି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି |

Comments are closed.