ବଲାଙ୍ଗିର ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର – ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ଟିଟିଲାଗଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଦ୍ୱାରା ଗରିବ ଲୋକେ ଉପକୃତ ହେବେ । ଆଉ ଚିକିତ୍ସା ପାଇଁ ସଂଚୟ ଅର୍ଥ ସେମାନଙ୍କୁ ଖର୍ଚ୍ଚ କରିବାକୁ ପଡିବ ନାହିଁ । ସେମାନେ ପରିବାରର ବିକାଶରେ ନିଜର ସଂଚିତ ଅର୍ଥ ଖର୍ଚ୍ଚ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ । ଚିକିତ୍ସା ପାଇଁ ଲୋକେ ଜମି ବିକିବା ଓ ଋଣ କରିବା ଖବର ତାଙ୍କୁ ଦୁଃଖ ଦିଏ ।

ବିଏସକେୱାଇ ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତିଟି ପରିବାରର ଉନ୍ନତିରେ ରାଜ୍ୟର ଉନ୍ନତି ହେବ ବୋଲି ସେ କହିଛନ୍ତି । ବଲାଙ୍ଗିର ଜିଲ୍ଲାକୁ ୮୨୮ କୋଟି ଟଙ୍କାର ୧୨୮ଟି ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.