ଇନ୍ଦୋରରେ କରୋନାର ନୂଆ ଭାରିଆଣ୍ଟ ‘ଏଓ୍ବାଇ-୪’ ଚିହ୍ନଟ

ନୂଆଦିଲ୍ଲୀ: ଇନ୍ଦୋରରେ କରୋନାର ଏକ ନୂଆ ଭାରିଆଣ୍ଟ ‘ଏଓ୍ବାଇ-୪’ ଚିହ୍ନଟ ହୋଇଛି | ସାତଜଣ ରୋଗୀଙ୍କ ନମୁନା ଗୁଡ଼ିକର ଜିନୋମ ସ୍ବିକ୍ବେନ୍ସିଂ ପରେ ଏହି ନୂଆ ଭାରିଆଣ୍ଟ ବିଷୟରେ ଜଣାପଡିଛି | ଏଓ୍ବାଇ-୪ ହେଉଛି ଡେଲଟା ଭାରିଆଣ୍ଟର ଏକ ଉପଭାରିଆଣ୍ଟ । ଏହି ଭାରିଆଣ୍ଟ ବିଷୟରେ ସମ୍ପ୍ରତି ସାରା ବିଶ୍ୱରେ ଗବେଷଣା ଚାଲିଛି | ଏଭଳି ସ୍ଥିତିରେ ଏହି ନୂଆ ଭାରିଆଣ୍ଟ ଉପରେ ଅଧିକ ତଥ୍ୟ ଉପଲବ୍ଧ ନାହିଁ । ତେବେ ଡେଲଟା ଭାରିଆଣ୍ଟ ଅପେକ୍ଷା ‘ଏଓ୍ବାଇ-୪’ ଭାରିଆଣ୍ଟ ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞ କହିଛନ୍ତି ଏବଂ ଏହି ନୂଆ ଭାରିଆଣ୍ଟ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ଇନ୍ଦୋରରେ ସେପ୍ଟେମ୍ବରରେ ୭ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ନମୁନାଗୁଡିକ ୨୧ ସେପ୍ଟେମ୍ବରରେ ଜିନୋମ ସ୍ବିକ୍ବେନ୍ସିଂ ପାଇଁ ପଠାଯାଇଥିଲା | ଜିନୋମ ସିକ୍ୱେନ୍ସିଂ ରିପୋର୍ଟ ନିକଟରେ ଦିଲ୍ଲୀର ଏନସିଡିସି ଲ୍ୟାବ ଦ୍ୱାରା ଦିଆଯାଇଛି। ଏଥିରେ ଉକ୍ତ ୭ ଜଣଙ୍କ ନମୁନାରେ ‘ଏଓ୍ବାଇ-୪’ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଉଲ୍ଲେଖ ହୋଇଥିଲା ।

ଡେଲଟା ଏଓ୍ବାଇ-୪ ର ଏହି ନୂତନ ଭାରିଆଣ୍ଟ ପ୍ରଥମେ ଏପ୍ରିଲରେ ମହାରାଷ୍ଟ୍ରରେ ଠାବ ହୋଇଥିଲା | ଏବେ ଜହା ଇନ୍ଦୋରରେ ୭ ସଂକ୍ରମିତ ରୋଗୀଙ୍କ ଶରୀରରେ ଚିହ୍ନଟ ହୋଇଛି। ତେବେ ଏହି ସଂକ୍ରମିତ ୭ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କୁହାଯାଇଛି ‌

Comments are closed.