କରୋନାର ଆଉ ଏକ ହାଇବ୍ରିଡ୍ ଭାରିଆଣ୍ଟ XE ଚିହ୍ନଟ, ଓମିକ୍ରନ୍ ଠାରୁ ଦଶଗୁଣ ସଂକ୍ରାମକ

ଜେନେଭା: କରୋନା ମହାମାରୀର ମନ୍ଥର ଗତି ମଧ୍ୟରେ ଏକ ନୂଆ ଭାରିଆଣ୍ଟର ଆବିର୍ଭାବ ଚିନ୍ତା ବଢ଼ାଇ ଦେଇଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) କହିଛି ଯେ କରୋନାର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହାର‌ ନାମ XE ରଖାଯାଇଛି | ପ୍ରାଥମିକ ଅଧ୍ୟୟନରୁ XE ଭାରିଆଣ୍ଟ ଓମିକ୍ରନର ଉପଭାରିଆଣ୍ଟ BA.2 ତୁଳନାରେ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଜଣାପଡ଼ିଛି | ‘ହୁ’ ଅନୁଯାୟୀ, କୋଭିଡର ଏପର୍ଯ୍ୟନ୍ତ ତିନୋଟି ହାଇବ୍ରିଡ୍ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଏଗୁଡିକ ହେଲା XD, XF ଏବଂ XE | ପ୍ରଥମ ଏବଂ ଦ୍ୱିତୀୟ ଭାରିଆଣ୍ଟ ଡେଲଟା ଏବଂ ଓମିକ୍ରନ୍ ର ମିଶ୍ରଣରୁ ଉତ୍ପନ୍ନ ହୋଇଥିବାବେଳେ ତୃତୀୟଟି ଓମିକ୍ରନ୍ ଉପଭାରିଆଣ୍ଟର ଏକ ହାଇବ୍ରିଡ୍ ଷ୍ଟ୍ରେନ୍ |

କରୋନା ର XE ଭାରିଆଣ୍ଟ ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି | ‘ହୁ’ କହିଛି ଯେ XE ପ୍ରଜାତି ପ୍ରଥମେ ବ୍ରିଟେନରେ ୧୯ ଜାନୁଆରୀରେ ଚିହ୍ନଟ ହୋଇଥିଲା | ଏପର୍ଯ୍ୟନ୍ତ ୬୦୦ ସ୍ବିକ୍ବେନସର ରିପୋର୍ଟ ଆସିଛି ଏବଂ ଏନେଇ ନିଶ୍ଚିତ କରାଯାଇଛି | ପ୍ରାଥମିକ ଅଧ୍ୟୟନ ଅନୁଯାୟୀ, XE ପ୍ରକାର BA.2 ଅପେକ୍ଷା 10 ପ୍ରତିଶତ ଅଧିକ ସଂକ୍ରାମକ ହୋଇଥିଲେ ବି ଏହା ଉପରେ ଅଧିକ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି ବୋଲି’ହୁ’କହିଛି ।

Comments are closed.