‘ନ୍ୟୁଜ୍ କ୍ଲିକ୍’ର ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ମଙ୍ଗଳବାର ନ୍ୟୁଜ୍ ପୋର୍ଟାଲ ‘ନ୍ୟୁଜ୍ କ୍ଲିକ୍’ର ମୁଖ୍ୟ ସମ୍ପାଦକ ତଥା ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ତଙ୍କୁ ଗିରଫ କରିଛି। ‘ନ୍ୟୁଜ୍ କ୍ଲିକ୍’ ର ଏଚ୍ଆର୍ ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଗିରଫ କରାଯାଇଛି । କଡ଼ା ଆତଙ୍କବାଦ ନିରୋଧୀ (ୟୁଏପିଏ) ଆଇନ ଅନୁଯାୟୀ ଉଭୟଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ଦିଲ୍ଲୀ ପୋଲିସ ମଙ୍ଗଳବାର ସକାଳେ ‘ନ୍ୟୁଜ୍ କ୍ଲିକ୍’ର ୩୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଥିଲା। ଏହାଛଡ଼ା ‘ନ୍ୟୁଜ୍ କ୍ଲିକ୍’ର ଅନେକ ସାମ୍ବାଦିକଙ୍କୁ ହାଜତକୁ ନିଆଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ, ନ୍ୟୁଜ୍ କ୍ଲିକ୍ ସହ ଜଡ଼ିତ ମୋଟ ୩୭ ବ୍ୟକ୍ତିଙ୍କୁ ଜେରା କରାଯାଇଛି । ସଂସ୍ଥାର ୯ ଜଣ ମହିଳା କର୍ମଚାରୀଙ୍କୁ ସେମାନଙ୍କ ଘରେ ପଚରାଉଚରା କରାଯାଇଥିଲା। ଏହାଛଡ଼ା ପୋଲିସ ନ୍ୟୁଜ୍ କ୍ଲିକ୍ ସାମ୍ବାଦିକଙ୍କ ଲାପଟପ୍, ଫୋନ୍ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ଜବତ କରିଛି । ନ୍ୟୁଜ୍ କ୍ଲିକ୍ ବିରୋଧରେ ବିଦେଶରୁ ବେଆଇନ ଫଣ୍ଡିଂ ଓ ଚୀନ୍ ଏଜେଣ୍ଡା ପ୍ରଚାର କରୁଥିବା ଅଭିଯୋଗ ହୋଇଛି ।

Comments are closed.