ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବି କରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

୨.ଭୁବନେଶ୍ୱରରେ କୋରୋନା ଚିକିତ୍ସା ନେଇ ଶଯ୍ୟା ସଂପର୍କରେ ତଥ୍ୟ ରଖିଲେ ରାଜ୍ୟ ସରକାର

୩.ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ୪ ହଜାର ୩୮୮ ରୋଗୀ ସୁସ୍ଥ, ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାରରୁ ଅଧିକ

୪.ବିଧାନସଭା ମୌସୁମୀ ଅଧିବେଶନ ନେଇ ସର୍ବଦଳୀୟ ବୈଠକ : ଦିନକୁ ୨ଟି ପର୍ଯ୍ୟାୟରେ ସାଢେ ୪ ଘଂଟା ଗୃହକାର୍ଯ୍ୟ, ଆଜିଠାରୁ ବିଧାୟକଙ୍କ କୋଭିଡ ପରୀକ୍ଷା

୫.ତିର୍ତ୍ତୋଲ-ପୋଷଳ-ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଉଚ୍ଚସେତୁ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

୬. ଆଉ ନାହାନ୍ତି କିମ୍ବଦନ୍ତୀ ଗାୟକ ଏସ.ପି ବାଲସୁବ୍ରମଣ୍ୟମ, ୭୪ ବର୍ଷ ବୟସରେ ପରଲୋକ, ୧୬ଟି ଭାରତୀୟ ଭାଷାରେ ଗାଇଥିଲେ ୪୦ ହଜାରରୁ ଅଧିକ ଗୀତ

୭.ବିହାର ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୨୮ରୁ ତିନି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ନଭେମ୍ବର ୧୦ରେ ଗଣତି, ପ୍ରତି ବୁଥ୍ ପାଇଁ ଏଥର ହଜାରେ ଭୋଟର, ମତଦାନ ଅବଧି ଘଂଟାଏ ବୃଦ୍ଧି

୮.କୃଷି ବିଲ୍ ବିରୋଧରେ ବିଭିନ୍ନ କୃଷକ ସଂଗଠନର ଆଜି ଭାରତ ବନ୍ଦ, ରାସ୍ତାକୁ ଓହ୍ଲାଇଲେ କୃଷକ,ପଂଜାବରେ ରେଳରୋକୋ ଜାରି

Comments are closed.