ନ୍ୟୁଜରୁମ: ସକାଳର ଖବର

୧.ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାର ହେବ କ୍ରାଇମବ୍ରାଂଚ୍ ତଦନ୍ତ, ବିଧାନସଭାରେ ଘୋଷଣା କଲେ ଗୃହ ରାଷ୍ଟ୍ରମନ୍ତ୍ରୀ

୨.ଶରଣକୂଳ ଦୁର୍ଘଟଣା : ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପାମୂଳକ ସହାୟତା ଘୋଷଣା

୩.ଆଇଆଇଏଫଏଲ ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ସମେତ ୬ ଗିରଫ, ଲୁଟ୍‌ରେ ସହଯୋଗ କରିଥିଲେ ମହିଳା ସହକର୍ମୀ

୪.କୋଭିଡ ସଂକଟରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଜାତୀୟସ୍ତରରେ ଗାଇଡଲାଇନ ପାଇଁ ଅନୁରୋଧ

୫.ରାଜ୍ୟରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

୬.ଭିଜିଲାନ୍ସ ଜାଲରେ ଆଇଏଫଏସ ଅଭୟକାନ୍ତ ପାଠକ, ଓଡିଶା, ମହାରାଷ୍ଟ୍ର ଓ ବିହାରରେ ଏକକାଳୀନ ଚଢାଉ, ଲକଡାଉନ ବେଳେ ଭୁବନେଶ୍ୱରରୁ ଭାରତର ବିଭିନ୍ନ ସ୍ଥାନକୁ ଚାଟାର୍ଡ ଫ୍ଲାଇଟରେ ଯାଇଥିଲେ

୭.୨୭ ତାରିଖରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଚୂଡାନ୍ତ, ରାତି ୨ଟାରୁ ନୀତିକାନ୍ତି, କୋରୋନା କାଳରେ ଦୁର୍ଲଭ ବେଶ ଦର୍ଶନରୁ ବଂଚିତ ହେବେ ଭକ୍ତ

୮.କୋଭିଡ ଦୃଷ୍ଟିରୁ ଏଥର କାର୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ମନା, କଟକଣା ଜାରି କଲେ ଏସଆରସି

୯.ଡିବିଆଇଏଲ୍ ସହ ଲକ୍ଷ୍ମୀବିଳାସ ବ୍ୟାଙ୍କର ମିଶ୍ରଣକୁ କ୍ୟାବିନେଟ୍ ମଞ୍ଜୁରି

୧୦.ପଞ୍ଜାବକୁ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ, ଡିସେମ୍ବର ପହିଲାରୁ ଲାଗୁ

୧୧.ଓସ୍କାର ପୁରସ୍କାର ପାଇଁ ମାଲାୟଲମ ଫିଲ୍ମ ‘ଜାଲ୍ଲିକଟୁ’ ଭାରତର ଅଫିସିଆଲ ଏଣ୍ଟ୍ରି

୧୨.ଫୁଟବଲ କିମ୍ବଦନ୍ତୀ ମାରାଡୋନାଙ୍କ ପରଲୋକ

Comments are closed.