ପିଏଫ୍ଆଇ ଉପରେ ଏନ୍ଆଇଏ ଆକ୍ସନ୍: ଦିଲ୍ଲୀ-ୟୁପି, ମହାରାଷ୍ଟ୍ର ଓ ରାଜସ୍ଥାନର ଅନେକ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ : ନିଷିଦ୍ଧ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ବିରୋଧରେ ପୁଣି ଏନ୍ଆଇଏ ଆକ୍ସନ୍ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦିଲ୍ଲୀ ଏନସିଆର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ପିଏଫଆଇ ସହ ଜଡ଼ିତ ଲୋକଙ୍କ ଠିକଣାରେ ଚଢ଼ାଉ କରିଛି।

ଦିଲ୍ଲୀର ହାଉଜ୍ କାଜି ଅଞ୍ଚଳର ବାଲିମରାନରେ ଏନଆଇଏ ଚଢ଼ାଉ ଜାରି ରହିଛି। ଏହାଛଡ଼ା ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ବି ରେଡ୍ କରାଯାଇଛି। ଅନ୍ୟପକ୍ଷରେ ରାଜସ୍ଥାନର ଟୋଙ୍କ୍ ସହ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଛି। ମହାରାଷ୍ଟ୍ର ଓ ୟୁପିରେ ମଧ୍ୟ ପିଏଫ୍ଏଆଇ ସ୍ଥାନରେ ଚଢ଼ାଉ କରିଛି ଏନ୍ଆଇଏ ।

ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ଓ ଦେଶର ସୁରକ୍ଷା ପ୍ରତି ବଡ଼ ବିପଦ ଦର୍ଶାଇ ଭାରତ ସରକାର ଗତବର୍ଷ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)କୁ ପାଞ୍ଚ ବର୍ଷ ପାଇଁ ବ୍ୟାନ୍ କରିଥିଲେ । ପିଏଫ୍ଆଇ ଏବଂ ଏହାର ଅନୁବନ୍ଧିତ ସଂଗଠନ ଗୁଡ଼ିକୁ ‘ବେଆଇନ ସଂସ୍ଥା’ ଭାବେ ଘୋଷଣା କରାଯାଇଥିଲା ।

Comments are closed.