ମୋର୍ବି ପୋଲ ଟ୍ରାଜେଡି: ଓରେଭା କମ୍ପାନୀର ୯ କର୍ମଚାରୀ ଗିରଫ

ଅହମ୍ମଦାବାଦ: ଗୁଜରାଟର ମୋର୍ବି ଜିଲ୍ଲାରେ ମଚ୍ଛୁ ନଦୀ ଉପରେ ୧୫୦ ବର୍ଷ ପୁରୁଣା ଝୁଲା ପୋଲ ଭୁଶୁଡିବା ଘଟଣାରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ପୋଲର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଦୁଇ କଣ୍ଟ୍ରାକ୍ଟରଙ୍କ ସମେତ ଓରେଭା କମ୍ପାନୀର ୯ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଗିରଫ ପୂର୍ବରୁ ଏହି ୯ ଜଣଙ୍କୁ ଅଟକ ରଖାଯାଇଥିଲା। ରବିବାର ଏହି ଘଟଣାରେ ପ୍ରଶାସନ ପକ୍ଷରୁ ଓରେଭା କମ୍ପାନୀ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା । ଓରେଭା ଗ୍ରୁପ ମୋର୍ବି ଝୁଲାପୋଲର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ବ ନେଇଥିଲା । ରବିବାର ସନ୍ଧ୍ୟା ପ୍ରାୟ ୬:୩୦ରେ ଏହି ଝୁଲା ପୋଲ ଭାଙ୍ଗିବଯିବାରୁ ଅତି କମରେ ୧୪୧ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏବେ ବି ପ୍ରାୟ ୧୦୦ ଲୋକ ନିଖୋଜ ଅଛନ୍ତି।

Comments are closed.