ବାଣ କାରଖାନାରେ ବିସ୍ଫୋରଣ, ୯ ମୃତ

ବିରୁଧୁନଗର (ତାମିଲନାଡୁ): ତାମିଲନାଡୁର ବିରୁଧୁନଗରରେ ଏକ ବାଣ କାରଖାନାରେ ଶନିବାର ବିସ୍ଫୋରଣ ଘଟି ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ଅଛନ୍ତି ବୋଲି କହିଛି ପୋଲିସ। ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ ।

ଘଟଣାର ଏକ ଭିଡିଓରେ ବିସ୍ଫୋରଣ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ୁଛି। ପୂରା ବାଣ କାରଖାନା ଜଳି ପାଉଁଶ ହୋଇଯାଇଛି | ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Comments are closed.