ଆମେରିକାରେ ଦୁଇଦିନ ମଧ୍ୟରେ ତୃତୀୟ ଗୁଳିକାଣ୍ଡ ଘଟଣା, ୯ ମୃତ

ଓ୍ୱାଶିଂଟନ: ଆମେରିକାରେ ଦୁଇ ଦିନ ମଧ୍ୟରେ ତୃତୀୟ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଆୟୋଓ୍ବା ପ୍ରଦେଶର ଡେ ମୋଇନ୍ସ ସହରରେ ଏକ ୟୁଥ୍ ସେଣ୍ଟରରେ ହୋଇଛି ଗୁଳିମାଡ଼ । ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।

ସୋମବାର ଉତ୍ତର କାଲିଫର୍ନିଆର ଦୁଇଟି ସ୍ଥାନରେ ଗୁଳିକାଣ୍ଡ ଘଟିଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହାଫ୍ ମୁନ୍ ବେ ସହରର ଦୁଇଟି ଫାର୍ମରେ ଗୁଳିମାଡ଼ ଘଟଣା ଘଟିଥିଲା।

ଦୁଇଦିନ ମଧ୍ୟରେ ତୃତୀୟ ଏପରି ଘଟଣା ରିପୋର୍ଟ ହୋଇଥିବା ବେଳେ ​ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଛି ।

ଏହା ପୂର୍ବରୁ ରବିବାର ଲସ୍ ଆଞ୍ଜେଲ୍ସର ମୋଣ୍ଟେରୀ ପାର୍କରେ ଚାଇନିଜ୍ ଲୁନାର ନୂଆବର୍ଷ ପାଳନ କରାଯାଉଥିବା ବେଳେ ହଠାତ ଜଣେ ବ୍ୟକ୍ତି ଭିଡ଼ ଆଖିବୁଜା ଗୁଳିମାଡ଼ କରିବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ଅଭିଯୁକ୍ତ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲା ।

Comments are closed.