କୋରୋନା ପାଇଁ କଟକରେ ହେବନାହିଁ ସାର୍ବଜନୀନ ଦୁର୍ଗା ପୂଜା , ମଣ୍ଡପରେ ପୂଜା ପାଇବେନି ମାଆ

କଟକ : କୋରୋନା ଯୋଗୁଁ ଏଥର କଟକ ସହରରେ ସାବ ର୍ଜନୀନ ଦୁର୍ଗା ପୂଜା ହୋଇପାରିବ ନାହିଁ । ପୂଜା ମଣ୍ଡପ ବା ପାଣ୍ଡାଲରେ ଏ ବର୍ଷ ପୂଜା ପାଇବେ ନାହିଁ ମାଆ । କୋରୋନା ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

ପୂଜା ମଣ୍ଡପ ନିକଟରେ ସମାବେଶ ହୋଇପାରିବ ନାହିଁ । ଭିଡକୁ ବାରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଦୁର୍ଗା ପୂଜା ପାଇଁ ଅନୁମତି ଲୋଡି କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରିବା ଦିନ ହିଁ ସାର୍ବଜନୀନ ପୂଜାକୁ ବାରଣ ପାଇଁ କଟକ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି ।

Comments are closed.