ଆମେରିକାର ଡେଭିଡ କାର୍ଡ, ଜୋଶୁଆ ଡି’ଏଙ୍ଗ୍ରିଷ୍ଟ ଓ ଗୁଇଡୋ ଇମ୍ବେନ୍ସଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର

ଷ୍ଟକହୋମ:ଅର୍ଥନୀତି ପାଇଁ ଆମେରିକାର ଡେଭିଡ କାର୍ଡ, ଜୋଶୁଆ ଡି’ଏଙ୍ଗ୍ରିଷ୍ଟ ଏବଂ ଗାଇଡୋ ଇମ୍ବେନ୍ସ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବେ। ସୋମବାର ନୋବେଲ କମିଟି ଏହା ଘୋଷଣା କରିଛି। ଆମେରିକାର ତିନିଜଣ ଅର୍ଥନୀତିଜ୍ଞ ନିଯୁକ୍ତି ଭଳି ପ୍ରମୁଖ ସାମାଜିକ ପ୍ରସଙ୍ଗ ଉପରେ ଗବେଷଣା ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇବେ। ଅବାଞ୍ଛିତ ଓ ତଥାକଥିତ ‘ପ୍ରାକୃତିକ ପରୀକ୍ଷା-ନିରୀକ୍ଷା’ରୁ ସିଦ୍ଧାନ୍ତ ବାହାର କରିବାରେ ଏହି ଅର୍ଥଶାସ୍ତ୍ରୀ ସିଦ୍ଧହସ୍ତ ବୋଲି ନୋବେଲ କମିଟି କହିଛି ।

ଡେଭିଡ କାର୍ଡ ହେଉଛନ୍ତି ବର୍କଲେ ସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର । ଜୋଶୁଆ ଡି ଏଙ୍ଗ୍ରିଷ୍ଟ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଓ ଗାଇଡୋ ଇମ୍ବେନ୍ସ ଷ୍ଟାନଫୋର୍ଡ ୟୁନିଭରସିଟି ସହ ଜଡ଼ିତ । ରୟାଲ ସ୍ବିଡିଶ୍ ଏକାଡେମୀ ଅଫ୍ ସାଇନ୍ସ କହିଛି ଯେ ଏହି ତିନି ଅର୍ଥଶାସ୍ତ୍ରୀ “ଅର୍ଥନୀତି ବିଜ୍ଞାନରେ ପରୀକ୍ଷାମୂଳକ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛନ୍ତି।”

Comments are closed.