ଜଣାଶୁଣା କାର୍ଟୁନିଷ୍ଟ ଅଜିତ ନିନାନଙ୍କ ପରଲୋକ

ମହୀଶୂର: ଜଣାଶୁଣା କାର୍ଟୁନିଷ୍ଟ ଅଜିତ ନିନାନଙ୍କ ଶୁକ୍ରବାର ତାଙ୍କ ମହୀଶୂର ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ତାଙ୍କ ପରିବାରର ଜଣେ ସଦସ୍ୟ ଏହି ସୂଚନା ଦେଇଛନ୍ତି।

ନିନାନ୍ ‘ଇଣ୍ଡିଆ ଟୁଡେ’ ପତ୍ରିକାର କାର୍ଟୁନ୍ ସିରିଜ୍ ‘ସେଣ୍ଟର୍ ଷ୍ଟେଜ୍’ ଏବଂ ‘ଟାଇମ୍ସ ଅଫ୍ ଇଣ୍ଡିଆ’ରେ ‘ନିନାନ୍ ୱାର୍ଲ୍ଡ’ ପାଇଁ ପରିଚିତ ଥିଲେ ।

ତାଙ୍କ ପରିବାରର ଜଣେ ସଦସ୍ୟ କହିଛନ୍ତି, “ନିନାନଙ୍କ ଆଜି ସକାଳେ ତାଙ୍କ ବାସଭବନରେ ନିଧନ ହୋଇଛି। ନିନାନଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି ସେ କହିଛନ୍ତି ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଦୁଇ ବର୍ଷ ଧରି ନିନାନ ମହୀଶୂରରେ ଥିବା ତାଙ୍କ ଘରେ ଏକୁଟିଆ ରହୁଥିଲେ। ନିନାନଙ୍କ ପତ୍ନୀ, ଦୁଇ ଝିଅ ଏବଂ ଦୁଇ ନାତି-ନାତୁଣୀ ଅଛନ୍ତି।

ଶିଶୁ ପତ୍ରିକା ‘ଟାର୍ଗେଟ୍’ର ‘ଡିଟେକ୍ଟିଭ୍ ମୁଁଛଓ୍ବାଲା’ ମଧ୍ୟ ତାଙ୍କ ଲୋକପ୍ରିୟ କାର୍ଟୁନ୍ ଚରିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ।

Comments are closed.