ଦକ୍ଷିଣ ଭାରତର ଜଣାଶୁଣା କଣ୍ଠଶିଳ୍ପୀ ସଂଗୀତା ସାଜିତଙ୍କ ପରଲୋକ

ଚେନ୍ନାଇ: ଦକ୍ଷିଣ ଭାରତର ଜଣାଶୁଣା ଗାୟିକା ସଂଗୀତା ସାଜିତଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା | ସୂଚନା ଅନୁଯାୟୀ, ଏହି ଭେଟେରାନ କଣ୍ଠଶିଳ୍ପୀ ମେ ୨୨ ରେ ଥିରୁବନନ୍ତପୁରମ ସ୍ଥିତ ତାଙ୍କ ଭଉଣୀଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ କିଡନୀ ରୋଗରେ ପୀଡିତ ଥିଲେ ।

ସଂଗୀତା ସାଜିଥ ମାଲାୟାଲମ୍, ତାମିଲ, କନ୍ନଡ ଏବଂ ତେଲୁଗୁ ଭାଷାରେ ୨୦୦ ରୁ ଅଧିକ ଫିଲ୍ମ ଗୀତ ଗାଇଛନ୍ତି । ସେ ନିକଟରେ ପୃଥ୍ୱୀରାଜ ଅଭିନୀତ ଫିଲ୍ମ ‘କୁରୁଥି’ରେ କଣ୍ଠଦାନ କରିଥିଲେ। ସଂଗୀତା ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଗାୟିକା ଥିଲେ | ତାଙ୍କର କେତେକ ଲୋକପ୍ରିୟ ଗୀତ ମଧ୍ୟରେ ଏଆର୍ ରହମାନ୍ ସଂଯୋଜିତ ‘ମିଷ୍ଟର ରୋମିଓ’ ର ଥାନେରାଇ କାଥାଲିକ୍କୁମ୍, ଆୟାପ୍ପାନମ୍ କୋଶିୟମ୍ ର ଥାଲମ୍ ପୋଇ ଥାପମ୍ ପୋଇ, କକ୍କାକୁଇଲର ଆଲାରେ ଗୋବିନ୍ଦା, ପାଜାସୀ ରାଜାର ଓଦାଥାଣ୍ଡିଲ୍ ଥାଲମ୍ କୋଟମ୍ ଏବଂ ଧୁମ୍ ଧୁମ୍ ଧୋରିୟେଥୁ ଓ ଆହୁରି ଅନେକ ହିଟ୍ ଗୀତରେ କଣ୍ଠଦାନ କରିଥିଲେ ।

Comments are closed.