ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ବିଏସକେଓ୍ବାଇରେ ସାମିଲ ହେବ ବରଗଡ

ବରଗଡ: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ଗସ୍ତରେ ଆସୁଛନ୍ତି । ବହୁ ପ୍ରତୀଖିତ ବିଏସକେଓ୍ବାଇ ଯୋଜନାରେ ବରଗଡ ଜିଲ୍ଲା କାଲି ସାମିଲ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ନିର୍ବାଚନ ମଣ୍ଡଳୀ ବିଜେପୁରର ଏମ୍ ଗଣ୍ଡପାଲି ଗାଁରୁ ଏହାର ଶୁଭାରମ୍ଭ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ତାଙ୍କ ପ୍ରିୟ ନେତାଙ୍କ ଗସ୍ତକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

୩ ବର୍ଷ ତଳେ ଉପନିର୍ବାଚନକୁ ନେଇ ବିଜେପୁର ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲା । ଏପରିକି ସାଧାରଣ ନିର୍ବାଚନ ବେଳେ ଅଞ୍ଚଳର ଲୋକଙ୍କ ଅନୁରୋଧକୁ ରଖି ଖୋଦ୍ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରାର୍ଥୀ ହୋଇ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରିୟ ବିଜେପୁର ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସୁଛନ୍ତି । ବିଜେପୁର ଅନ୍ତର୍ଗତ ଏମ୍.ଗଣ୍ଡପାଲି ଗାଁରୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବିଏସକେଓ୍ବାଇ ସ୍ମାର୍ଟକାର୍ଡ ବଣ୍ଟନ ଆରମ୍ଭ କରିବେ । ଏଥିପାଇଁ ସଭା ସ୍ଥଳ ପ୍ରସ୍ତୁତ ହୋଇସାରିଥିବା ବେଳେ ଅଞ୍ଚଳର ଯୁବ ଖେଳାଳିଙ୍କ ପାଇଁ ଏକ ବିରାଟ ପଡିଆ ବି ପ୍ରସ୍ତୁତ ହୋଇଯାଇଛି । ସେହିପରି ବିଜେପୁରର ବିକାଶ ସାଂଗକୁ ଜିଲ୍ଲାର ବିଭିନ୍ନ ବିକାଶ ସଂପର୍କିତ ହଜାରେରୁ ଅଧିକ କୋଟିର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଡିଆଇଜି ଡ.ଦୀପକ କୁମାର ଏବଂ ଏସପି ରାହୁଲ ଜୈନ ସୁରଖ୍ୟା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।

Comments are closed.