ରାଜ୍ୟରେ ଆଉ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଆଉ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ହୋଇଛି । କୋରୋନାର ନୂଆ ଭାରିଆଣ୍ଟ ଜେଏନ.୧ ଏବେ ସକ୍ରିୟ ହୋଇଛି। ବିଶ୍ୱର ଅନେକ ଦେଶରେ ଏହି ଭାରିଆଣ୍ଟ ଲୋକଙ୍କୁ ସଂକ୍ରମିତ କରୁଛି । ଆମଦେଶରେ ମଧ୍ୟ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଦୈନିକ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । କୋଭିଡ ନିୟମ ପାଳନ କରିବା ସହ ସତର୍କତା ଅବଲମ୍ବନ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ସରକାର ଲୋକଙ୍କୁ ସତର୍କତା ବଜାୟ ପାଇଁ ପରାମର୍ଶ ଦେଇଛନ୍ତି। ବିଶେଷ କରି ବୟସ୍କମାନେ ଖୁବ୍ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। କୋଭିଡ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରିବାକୁ ଲୋକଙ୍କୁ କୁହାଯାଇଛି ।

Comments are closed.