ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଆହ୍ବାନ

ସମ୍ବଲପୁର: ଆଜି ଓଡିଶା ସାଂସ୍କୃତିକ ସମାଜ ପ୍ରେକ୍ଷାଳୟରେ ଡକ୍ଟର ସିଦ୍ଧାନ୍ତ ମହାନ୍ତି ଙ୍କ ସଭାପତିତ୍ବ ରେ ବିଜୁ ଛାତ୍ର ଜନତା ଦଳ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଇଯାଇଛି। ଏହି ବୈଠକରେ ଜିଲ୍ଲା ପର୍ଯବେକ୍ଷକ ଶ୍ରୀ ନଳିନୀ ପ୍ରଧାନ, ଜିଲ୍ଲା ସଭାପତି ଶ୍ରୀ ସିଦ୍ଧାର୍ଥ ଦାସ, ପୂର୍ବତନ ବିଧାୟକ ଡାକ୍ତର ରସେଶ୍ୱରୀ ପାଣିଗ୍ରାହୀ ତଥା ରମେଶ ପଟୁଆ, ରାଜ୍ୟ ମୁଖପାତ୍ର ସଞ୍ଜୟ। ବାବୁ, ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ, ଭୁବନେଶ୍ୱର କିଷାନ, ରାଜ୍ୟ ଯୁଗ୍ମ ସମ୍ପାଦକ ସଞ୍ଜିତ ମହାନ୍ତି,ଦିଲୀପ ଦୁରୀଆ, ଲିଗାଲ ସେଲ ଯୋନ ସଭାପତି ଆନନ୍ଦ ବଡ଼ଗ୍ୟ, ଲିଗାଲ ସେଲ ଜିଲ୍ଲା ସଭାପତି ବସନ୍ତ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ।

ଏହି ସଭା ରେ ରାଜ୍ୟ ପର୍ଯ୍ୟବେକ୍ଷକ ସନ୍ତୋଷ ମହାପାତ୍ର, ଛାତ୍ର ଯୋନ ସଭାପତି ମିଳନ ହୋତା, ମହାନଗର ସଭାପତି, ଏନ ଏ ସି ସଭାପତି ତଥା ସମସ୍ତ ବ୍ଲକ ସଭାପତି ତଥା ଜିଲ୍ଲା କର୍ମକର୍ତା ମନେ ଯୋଗ ଦେଇ ଥିଲେ। ଏହି ସଭା ରେ ଅତିଥି ମନେ ଛାତ୍ର ମାନଙ୍କୁ ଆଗାମୀ ଦିନନେ ଦଳୀୟ ସଂଗଠନ କୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନାହିତକର କାର୍ଯ୍ୟ ଏବଂ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚିବାକୁ କହିବା ସହିତ ଆଗାମୀ ପଂଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି କାର୍ଯ୍ୟ କରବାକୁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ସବୁ ବ୍ଲକ ଓ ମହାନଗର ନିଗମ ଅଂଚଳରେ କାର୍ଯ୍ୟକ୍ରମ ମାନ କରିବା ପାଇଁ ଯୋଜନା ବିଷୟରେ ଜିଲ୍ଳା ସଭାପତି ସିଦ୍ଧାନ୍ତ ମହାନ୍ତି ସବିଶେଷ ବିବରଣୀ ପ୍ରଦାନ କରିଥିଲେ।
ପରିଶେଷରେ ଜିଲ୍ଲା ଉପସଭାପତି ସୁଶାନ୍ତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.