ଲଢୁଆ ଖେଳ ପାଇଁ ମହିଳା ହକି ଦଳକୁ ନବୀନଙ୍କ ସାବାସି

ଭୁବନେଶ୍ୱର –ବ୍ରିଟେନ ବିପକ୍ଷ ବ୍ରୋଞ୍ଜ ପଦକ ମ୍ୟାଚରେ ଲଢୁଆ ଖେଳ ପ୍ରଦର୍ଶନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହିଳା ହକି ଦଳକୁ ପ୍ରଶଂସା କରିଛନ୍ତି । ଏଭଳି ଲଢୁଆ ମନୋଭାବ ବଜାୟ ରଖି ସମସ୍ତଙ୍କୁ ପ୍ରେରଣା ଦେବାକୁ ଭାରତୀୟ ମହିଳା ହକି ଦଳକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଭବିଷ୍ୟତରେ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.