ଆସନ୍ତା ୧୬ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ କ୍ଲାସରୁମ ପାଠପଢା

ଭୁବନେଶ୍ୱର- ଅଗଷ୍ଟ ୧୬ ତାରିଖରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲରେ କ୍ଲାସରୁମ ପାଠପଢା ଆରମ୍ଭ ହେବ । କୋଭିଡ କଟକଣା ମଧ୍ୟରେ ସକାଳ ୯ରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ କ୍ଲାସ୍ ଚାଲିବ । ରବିବାର ଓ ସାଧାରଣ ଛୁଟିଦିନରେ କ୍ଲାସ୍ ହେବ ନାହିଁ ।

ଅଭିଭାବକମାନେ ଚାିହଁଲେ ପିଲାମାନେ ଅନଲାଇନ୍ କ୍ଲାସ କରିପାରିବେ । ନବମ ଶ୍ରେଣୀ ପାଠ ପଢା ଆରମ୍ଭ ହେଲେ ଛାତ୍ରାବାସ ମଧ୍ୟ ଖୋଲିବ । ଗତମସ ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଲିଛି । ସ୍କୁଲ୍ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିଛି । ଅଭିଭାବକମାନଙ୍କ ଅନୁମତି ପରେ ହିଁ ପିଲାମାନେ ସ୍କୁଲ୍ ଆସି କ୍ଲାସ କରୁଛନ୍ତି ।

Comments are closed.