ବୋମା ଧମକ ପରେ ବିଗ୍‌-ବି’ଙ୍କ ବଙ୍ଗଳା ସହ ତିନୋଟି ରେଳ ଷ୍ଟେସନରେ ସୁରକ୍ଷା ବଢ଼ିଲା

ମୁମ୍ବାଇ: ବଲିଉଡ୍ ମେଗାଷ୍ଟାର ଅଭିତାଭ ବଚ୍ଚନଙ୍କ ବଙ୍ଗଳା ଓ ମୁମ୍ବାଇର ତିନୋଟି ରେଳ ଷ୍ଟେସନକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଏକ ଅଜଣା ବ୍ୟକ୍ତି ଏଭଳି ଧମକ ଦେବା ପରେ ଏହି ସବୁ ସ୍ଥାନ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଛି ମୁମ୍ବାଇ ପୋଲିସ୍ । ତେବେ ଯାଞ୍ଚ୍ ବେଳେ ଏହା ଏକ ଗୁଜବ ଥିଲା ବୋଲି ଜଣାପଡିଛି ।

ମୁମ୍ବାଇ ପୋଲିସ୍ କଣ୍ଟ୍ରୋଲ ରୁମ୍‌କୁ ଗତକାଲି ବିଳମ୍ବିତ ରାତିରେ ଜଣେ ଅଜଣା ବ୍ୟକ୍ତି ଫୋନ୍ କରିଥିଲା । ଛତ୍ରପତି ଶିବାଜୀ ଟର୍ମିନସ୍‌, ବାଇକୁଲା, ଦାଦର ରେଳ ଷ୍ଟେସନ୍ ଏବଂ ଅମିତଭା ବଚ୍ଚନଙ୍କକ ଜୁହୁ ସ୍ଥିତ ବଙ୍ଗଳାରେ ବୋମା ରଖାଯାଇଛି ବୋଲି ଉକ୍ତ ବ୍ୟକ୍ତି କହିଥିଲା । ଏହାପରେ ମୁମ୍ବାଇ ପୋଲିସ୍ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସନ୍ଧାନୀ କୁକୁର ସହ ଉକ୍ତ ସ୍ଥାନରେ ପହଞ୍ଚି ଯାଞ୍ଚ୍ କରିଥିଲା । ତେବେ ଯାଞ୍ଚ୍ ବେଳେ ଏହା ଏକ ମିଛ ଧମକ ଥିଲା ବୋଲି ଜଣାପଡ଼ିଥିଲା । ପୋଲିସ୍ କହିଛି ଯେ, ଉପରୋକ୍ତ ସ୍ଥାନ ଗୁଡ଼ିକରେ କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା ବିସ୍ଫୋରକ ମିଳିନାହିଁ । ତଥାପି ସେହି ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ବୋଲି ଜଣେ ପୋଲିସ୍ ଅଧିକାରୀ କହିଛନ୍ତି । ଫୋନ୍ କରିଥିବା ବ୍ୟକ୍ତିକୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ମେ’ରେ ମଧ୍ୟ ମହାରାଷ୍ଟ୍ର ସଚିବାଳୟ ଏବଂ ବିଧାନସଭାରେ ବୋମା ରଖାଯାଇଥିବା ଗୁଜବ ହୋଇଥିଲା ।

Comments are closed.