କୋରୋନା ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ପାଇଁ ଆଗାମୀ ୬ ମାସ ବେଶ୍ ଗୁରୁତ୍ୱପୂର୍ଣ୍ଣ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତିରେ ଉନ୍ନତି ଆସୁଛି । ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସକ୍ରିୟ ମାମଲା ମଧ୍ୟ ୧୨ ହଜାର ତଳେ ରହିଛି । ଖୋର୍ଦ୍ଧା ଜିଲ୍ଲା ସ୍ଥିତି ମଧ୍ୟ ନିୟନ୍ତ୍ରଣାଧୀନ ରହିଛି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନିରଞ୍ଜନ ମିଶ୍ର କହିଛନ୍ତି । ରାଜ୍ୟର ବର୍ତ୍ତମାନ ବ୍ୟସ୍ତ ହେଲା ଭଳି ସ୍ଥିତି ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, କେରଳ ଓ ଦେଶର ଅନ୍ୟ କିଛି ରାଜ୍ୟରେ ସଂକ୍ରମଣ ପୁଣି ବଢିବାରେ ଲାଗିଛି । କିନ୍ତୁ ଆମ ରାଜ୍ୟର ସ୍ଥିତି ନେଇ ଏବେଠୁ ଆତଙ୍କିତ ହେବାର କୌଣସି କାରଣ ନାହିଁ । ସମ୍ଭାବ୍ୟ ତୃତୀୟ ପ୍ରବାହର ମୁକାବିଲା ପାଇଁ ସବୁକିଛି ବ୍ୟବସ୍ଥା ରହିଛି । ତେବେ ଆଗାମୀ ୬ ମାସ ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
ସଂକ୍ରମଣକୁ ଦେଖି ସବୁ ବନ୍ଦ କରିଦେଲେ ଚଳିବ ନାହିଁ । ପରୀକ୍ଷାମୂଳକ ଭିତ୍ତିରେ ସବୁ ଦେଖିବାକୁ ହେବ ।

Comments are closed.